ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରର ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି । ମଙ୍ଗଳବାର ଦିଲ୍ଲୀର ଏୟାର ଇଣ୍ଡେକ୍ସ 390 ରେକର୍ଡ କରାଯାଇଛି । ଏହା ବାୟୁପ୍ରଦୂଷଣର ଗମ୍ଭୀର ଶ୍ରେଣୀରେ ଆସୁଛି । ଏହିପରି ଦିଲ୍ଲୀର ଆନନ୍ଦବିହାର ସବୁଠୁ ଅଧିକ ପ୍ରଦୂଷିତ ଅଞ୍ଚଳ ଶ୍ରେଣୀରେ ରହିଛି । ଏଠାକାର ବାୟୁ ପ୍ରଦୂଷଣର ମାତ୍ରା 440 ରେକର୍ଡ କରାଯାଇଛି ।
ବିପଦଜନକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ - pollution level in Delhi
ବିପଦଜନକ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ଏନସିଆରର ବାୟୁପ୍ରଦୂଷଣ । ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା 400 ଅଙ୍କ ଟପିଯାଇଛି ।
ଦୀପାବଳିର 2 ଦିନ ପୂର୍ବରୁ ହିଁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ଅନେକ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା 400 ଅଙ୍କ ଟପିଯାଇଛି । ଦୀପାବଳି ରାତିରେ ଦିଲ୍ଲୀ ଏନସିଆରରେ ଗତ ବର୍ଷ ତୁଳନାରେ କମ ବାଣ ଫୁଟିଥିଲେ ମଧ୍ୟ ଏହି ବାଣ ବାୟୁକୁ ପ୍ରଦୂଷଣ କରିବା ପାଇଁ ଯଥେଷ୍ଠ ଥିଲା । ଏହାର ପ୍ରଭାବ ସୋମବାର ସକାଳୁଠୁ ଦେଖିବାକୁ ମିଳୁଛି । ଆଗାମୀ ଦୁଇ ଦିନ ବାୟୁ ପ୍ରଦୂଷଣର ମାତ୍ରାରେ ବୃଦ୍ଧି ଘଟିବା ନେଇ ଆଶଙ୍କା ରହିଥିବା ସିପିସିବି ବୈଜ୍ଞାନିକ କହିଛନ୍ତି । ଏଥିପାଇଁ ଲୋକଙ୍କୁ ସକାଳ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।