ରାଞ୍ଚି: ଇଣ୍ଟରନେଟ ଯୁଗରେ ବିବାହ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଏମିତି କି ବର କନ୍ୟା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି । କିନ୍ତୁ ଆଦିବାସୀ ସମାଜର ଲୋକ ଆଜି ମଧ୍ୟ ସେମାନଙ୍କ ପାରମ୍ପାରିକ ରିତିନୀତିରେ ମେଳା ଲଗାଇ ବର କନ୍ୟା ଚୟନ କରୁଛନ୍ତି । ଏଭଳି ଏକ ଗାଁ ରହିଛି ଝାଡଖଣ୍ଡରେ । ଯେଉଁଠି ଅନେକ ବର୍ଷ ପୂର୍ବରୁ ଏହି ପରମ୍ପରା ଚାଲିଆସୁଛି । ଏହି ମେଳାରେ ଗାଁର ଯୁବକ ଯୁବତୀ ମାନେ ନିଜ ମନପସନ୍ଦର ଜୀବନ ସାଥି ବାଛି ବିବାହ କରିଥାନ୍ତି ।
ବିଜୟାଦଶମୀ ଅବସରରେ ଆଦର୍ଶ ଗାଁ ଚିନୌନ୍ଦିରେ ଦଶାଇ ଯାତରା ମେଳାର ଆୟୋଜନ କରାଯାଇଥିଲା । ଏହାର ଆରମ୍ଭ ଗାଁର ପାହନ ବାହାଦୁର ମୁଣ୍ଡା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ଯେଉଁଥିରେ ଗାଁର ଯୁବକ ଯୁବତୀ ଓ ବୟସ୍କ ମାନେ ନୂଆ ବସ୍ତ୍ର ପିନ୍ଧି ପାରମ୍ପାରିକ ବେଶଭୁଷାରେ ନୃତ୍ୟ କରିଥିବା ନଜର ଆସିଥିଲେ ।