ନୂଆଦିଲ୍ଲୀ: ଆସାମାର କୋକ୍ରାଝରରେ 2020 ବୋଡ଼ୋ ଚୁକ୍ତିନାମାକୁ ନେଇ ଆୟୋଜିତ ହେବ ଏକ ଭବ୍ୟ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ସଭାକୁ ସମ୍ବୋଧନ କରିବା ପାଇଁ ଆଜି ଆସାମ ଗସ୍ତ କରୁଥିବାବେଳେ ବୋଡ଼ୋ ଜନଜାତିରେ ଖେଳିଯାଇଛି ଆନନ୍ଦ ଲହରୀ । ଯେଉଁଥି ପାଇଁ ଦୀପ ଜାଳି ଖୁସୀ ମନାସୀଛନ୍ତି ବୋଡ଼ୋ ଜନଜାତି ।
ଏହି ବୋଡ଼ୋ ଚୁକ୍ତିନାମା ଉପରେ 27 ଜାନୁୟାରୀ 2020ରେ କେନ୍ଦ୍ର ସରକାର ମୋହର ମାରିଛନ୍ତି । ଏପଟେ ଆଜି କୋକ୍ରାଝରରେ ହେଉଥିବା ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ବୋଡ଼ୋ ଚୁକ୍ତିନାମା ଉପରେ ଅବଗତ କରାଇବେ । ସେପଟେ ମୋଦିଙ୍କୁ ସ୍ବାଗତ କରାଯିବା ପାଇଁ ଆସାମରେ ଭବ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।