ଓଡିଶା

odisha

ETV Bharat / bharat

ବିଜେପି ଏକ ବିଶ୍ବାସଘାତ ଦଳ: ମମତା ବାନାର୍ଜୀ

ଅମିତ ଶାହଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ଏକ ଚିଟିଙ୍ଗବାଜ ପାର୍ଟି ବୋଲି କହିଛନ୍ତି ମମତା । ଅଧିକ ପଢ଼ନ୍ତୁ...

The BJP is a cheating party says west bengal chief minister Mamata Banerjee
ବିଜେପି ଏକ ଚିଟିଙ୍ଗବାଜ ଦଳ: ମମତା ବାନାର୍ଜୀ

By

Published : Dec 21, 2020, 8:40 PM IST

କୋଲକାତା: "ବିଜେପି ଏକ ଚିଟିଙ୍ଗବାଜ ପାର୍ଟି, ପଶ୍ଚିମବଙ୍ଗ ଗସ୍ତ ବେଳେ ଗୃହମନ୍ତ୍ରୀ ଅମିତ ଶାହ, ଯାହା ସବୁ କହିଗଲେ ସେଥିରେ କେବଳ ମିଛ ଛଡ଼ା ଆଉ କିଛି ନଥିଲା। ଏହାକୁ ନେଇ ମୋ ପାଖରେ ସମସ୍ତ ପ୍ରକାର ପ୍ରମାଣ ରହିଛି। କାହା ଉପରେ କୌଣସି ଅଭିଯୋଗ କରିବା ପୂର୍ବରୁ କିଛି ତଥ୍ୟ ଭିତ୍ତିକ ଅନୁସନ୍ଧାନ କରିବା ଆବଶ୍ୟକ।" ଅମିତ ଶାହଙ୍କ ଗସ୍ତ ପରେ ଏଭଳି କହି ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଅମିତ ଶାହଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମଳନୀ କରିଛନ୍ତି। ପଶ୍ଚିମବଙ୍ଗକୁ ନେଇ କେନ୍ଦ୍ର ସରକାର ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଅମିତ ଶାହ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ କୌଣସି ଅଗ୍ରଗତି ହେଉନାହିଁ। ଏମଏସଏମଇ କ୍ଷେତ୍ରରେ ରାଜ୍ୟ ପଛରେ ରହିଛି। ହେଲେ ପଶ୍ଚିମବଙ୍ଗରେ ଏହି ଦୁଇଟି କ୍ଷେତ୍ରରେ ଆଗୁଆ ରହିଛି। ଆମେ କେବଳ ସିଏଏ, ଏନଆରସି ଓ ଏନପିଆରକୁ ବିରୋଧ କରୁଛୁ। ଏହାକୁ ନେଇ ବିଜେପି ପାଖରେ କୌଣସି ଜବାବ ନାହିଁ। ନାଗରିକଙ୍କ ଭାଗ୍ୟ ସ୍ଥିର କରିବା କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ନାହିଁ। ସେମାନଙ୍କୁ ନିଜ ନିଜେ ସ୍ଥିର କରିବାକୁ ଦିଅନ୍ତୁ।

ଅମିତ ଶାହ ଅଭିଯୋଗ କରିଥିଲେ ଯେ, ପଶ୍ଚିମବଙ୍ଗରେ ଜାଣିଶୁଣି କେନ୍ଦ୍ରର କୌଣସି ଯୋଜନା ଲାଗୁ କରାଯାଉନାହିଁ। ଏହାଦ୍ବାରା ବିଜେପି ଲୋକ ପ୍ରିୟତା ହାସଲ କରିପାରେ ବୋଲି ତୃଣମୂଳ କଂଗ୍ରେସ ଆଶଙ୍କା କରୁଛି। ମୋଦିଙ୍କ ଲୋକ ପ୍ରିୟତାକୁ ନେଇ ଭୟ କରୁଛି ଶାସକ ଦଳ।

ଏହାପରେ ଆଜି(ସୋମବାର) ପଶ୍ଚିମବଙ୍ଗରେ ଲାଗୁ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଡିସେମ୍ବର 29 ତାରିଖରେ ଏକ ରୋଡ ସୋ କରିବେ ମମତା ବାନାର୍ଜୀ। ଅମିତ ଶାହ ଯେଉଁ ସ୍ଥାନ ଦେଇ ରୋଡ ସୋ କରିଥିଲେ ସେହି ସ୍ଥାନ ଦେଇ ହିଁ ମମତା ବାନାର୍ଜୀ ରୋଡ ସୋ କରିବେ ବୋଲି ସୂଚନା ମିଳିଛି ।

ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ, "ରଙ୍ଗମାଟି ବାସିନ୍ଦାଙ୍କ ପାଇଁ ଏହି ରୋଡ କରାଯାଉଛି। ପଶ୍ଚିମବଙ୍ଗ ବାସିନ୍ଦା ଜାଣିଛନ୍ତି ରବୀନ୍ଦ୍ରନାଥ ଟାଗୋର, ସୁଭାଷ ଚନ୍ଦ୍ର ବୋଷ କିମ୍ବା ସ୍ୱାମୀ ବିବେକାନନ୍ଦ ସେମାନଙ୍କ ପାଇଁ କ’ଣ? ସେମାନଙ୍କ ଯୋଗୁଁ ପଶ୍ଚିମବଙ୍ଗ ସାରା ବିଶ୍ବରେ ପରିଚିତ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details