ଜୟପୁର: କୋରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ସରକାର ବର୍ତ୍ତମାନ 5 କୋଟି ଲୋକଙ୍କୁ ମାଗଣା ଗହମ ବଣ୍ଟନ କରିବେ । ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଆସନ୍ତି ନାହିଁ ସେମାନଙ୍କୁ ମଧ୍ୟ ମାଗଣାରେ ଗହମ ଦିଆଯିବ । ଏଥିପାଇଁ ବଜାରରୁ ଗହମ କ୍ରୟ କରାଯିବ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 10 କିଲୋଗ୍ରାମ ଗହମ ମାଗଣାରେ ଦିଆଯିବ । ସିଏମ ଅଶୋକ ଗେହଲଟ ବୁଧବାର ଏହା ଘୋଷଣା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସିଏମ୍ କହିଛନ୍ତି ଯେ, ସମସ୍ତ 5 କୋଟି ଲୋକଙ୍କୁ 10 କିଲୋଗ୍ରାମ ମାଗଣା ଗହମ ମିଳିବ ।
ସେ ଆହୁରି କହିଛନ୍ତି ଯେ, ପ୍ରାୟ 60 ଲକ୍ଷ ଲୋକ ଗହମ ପାଉନାହାଁନ୍ତି। ଏଥିପାଇଁ ବର୍ତ୍ତମାନ ରାଜ୍ୟ ସରକାର ବଜାରରୁ କିଲୋ ପିଛା 21 ଟଙ୍କା ମୂଲ୍ୟରେ ଗହମ କିଣିବେ। ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା NFSA ଅଧୀନରେ 5 କୋଟି ଲୋକ ରାଜ୍ୟରେ ମାଗଣା ଖାଦ୍ୟ ଶସ୍ୟ ପାଇଥାନ୍ତେ । ଏହି ଅଧୀନରେ ପ୍ରତ୍ୟେକଙ୍କୁ 10 କିଲୋଗ୍ରାମ ଗହମ ପାଇବେ । କେନ୍ଦ୍ର ସରକାର କମ୍ ଗହମ ଦେଉଛନ୍ତି। ବର୍ତ୍ତମାନ ଦୋକନାରେ ଗହମ ନ ମିଳିବାର ଅଭିଯୋଗ ରହିଛି । 2011 ଜନଗଣନା ଆଧାରରେ କେନ୍ଦ୍ର ଗହମ ଦେଉଛି, ଯେଉଁ କାରଣରୁ କମ୍ ଗହମ ମିଳୁଛି ।