ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବ୍ୟାପୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପୁଣି ଥରେ ଦୁଇ ସପ୍ତାହ ପାଇଁ ଲକଡାଉନକୁ ବୃଦ୍ଧି କରିଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ 17 ମେ ଶେଷ ହେବ । ଏଥର ଲକଡାଉନକୁ ଆହୁରି ଅନେକ ରିହାତି ଦିଆଯାଇଛି । ତେବେ ଏଥର ମଧ୍ୟ ରେଳ, ମେଟ୍ରୋ, ବିମାନ ସେବା ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏପରି ସ୍ଥିତିରେ ଲକଡାଉନରେ ମଦ୍ୟପାନ ଏବଂ ପାନ ମସଲା ବିକ୍ରିକୁ ନେଇ ଏକ ବଡ ଘୋଷଣା କରାଯାଇଛି।
କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥର ଲକଡାଉନ ସମୟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଅବଶ୍ୟ, ଲକଡାଉନ ସମୟରେ ମଦ ଦୋକାନ ଗୁଡ଼ିକୁ କିଛି ସର୍ତ୍ତ ଏବଂ ନିମ ଅନୁସରଣ କରିବାକୁ ପଡିବ । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଗ୍ରୀନ୍, ଅରେଞ୍ଜ ଏବଂ ରେଡ ଏହି ତିନୋଟି ଜୋନରେ ମଦ ବିକ୍ରିର ରିହାତି ଉପଲବ୍ଧ ହେବ । ଏହି ରିହାତିରେ, ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଏକ ସମୟରେ ଦୋକାନରେ 5 ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହା ସହିତ ଏହି ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ।