ବେଙ୍ଗାଲୁରୁ: କର୍ଣ୍ଣାଟକ କାଳବର୍ଗୀର ଜଣେ 76 ବର୍ଷୀୟ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହି ବୃଦ୍ଧ ଜଣକ ଭାରତର ପ୍ରଥମ ବ୍ୟକ୍ତି ଭାବେ କୋରୋନାରେ ପ୍ରାଣ ହରାଇଛନ୍ତି । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତରେ କୋରୋନା ନେଲା ପ୍ରଥମ ମୁଣ୍ଡ - 76 ବର୍ଷୀୟ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ
କର୍ଣ୍ଣାଟକ କାଳବର୍ଗୀର ଜଣେ 76 ବର୍ଷୀୟ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହା ଭାରତର ପ୍ରଥମ କୋରୋନା ମୃତ୍ୟୁ ହୋଇଥିବା କର୍ଣ୍ଣାଟକ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
ଭାରତରେ କୋରୋନା ନେଲା ପ୍ରଥମ ମୁଣ୍ଡ, ଶିକାର ହେଲେ 76 ବର୍ଷୀୟ ବୃଦ୍ଧ
ଭାରତରେ କୋରୋନା ନେଲା ପ୍ରଥମ ମୁଣ୍ଡ, ଶିକାର ହେଲେ 76 ବର୍ଷୀୟ ବୃଦ୍ଧ
ତେବେ ବୃଦ୍ଧଙ୍କ ସମ୍ପର୍କରେ ଯୋଗାଯୋଗ ଅନୁସନ୍ଧାନ, ବିଚ୍ଛିନ୍ନତା ଏବଂ ଅନ୍ୟାନ୍ୟ ପଦକ୍ଷେପ ପ୍ରୋଟୋକଲ ଆଧାରରେ ନିଆଯାଉଛି | ସେ ତେଲେଙ୍ଗାନାର ଏକ ଡାକ୍ତରଖାନାକୁ ପୂର୍ବରୁ ଯାଇଥିଲେ । ତେଣୁ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ଏ ବିଷୟରେ କର୍ଣ୍ଣାଟକ ସ୍ବାସ୍ଥ୍ୟବିଭାଗ ସୂଚନା ଦେଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ 75ଜଣ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ