ଓଡିଶା

odisha

ETV Bharat / bharat

ନବରାତ୍ରୀ: ଷଷ୍ଠ ଦିନରେ ବଜ୍ରମଣ୍ଡଳର ଅଧିଷ୍ଠାତ୍ରୀ ମା' କାତ୍ୟାୟନୀ ଅବତାର - ନବରାତ୍ରୀର ଷଷ୍ଠ ଦିନ

ନବରାତ୍ରୀର ଷଷ୍ଠ ଦିନରେ ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ମା' କାତ୍ୟାୟନୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦୁର୍ଗା । ମା'ଙ୍କ ପୂଜାର୍ଚ୍ଚନା ପାଇଁ ଶୁଭ ମୁହୂର୍ତ୍ତ ସକାଳ 6ଟା 19ରୁ ଆରମ୍ଭ ହୋଇଥିବା ବେଳେ ଏହା 12ଟା 33 ପର୍ଯ୍ୟନ୍ତ ରହିବ ।

ଡିଜାଇନ ଫଟୋ

By

Published : Oct 4, 2019, 9:51 AM IST

ହାଇଦ୍ରାବାଦ: ନବରାତ୍ରୀର ଆଜି ଷଷ୍ଠ ଦିନ । ଷଷ୍ଠ ଦିନରେ ଦେବୀ ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜାର୍ଚ୍ଚନା କରାଯାଉଛି । କାତ୍ୟାୟନୀ ମା'ଙ୍କର ଷଷ୍ଠ ଅବତାର । ଶାସ୍ତ୍ରାନୁସାରେ ମା' କାତ୍ୟାୟନ ଋଷିଙ୍କ ଘରେ ଜନ୍ମ ନେଇଥିବାରୁ ତାଙ୍କ ନାମ କାତ୍ୟାୟନୀ ରଖାଯାଇଛି ।

ଫାଇଲ ଫଟୋ

ଦିବ୍ୟ ସ୍ବରୂପା କାତ୍ୟାୟନୀ ଦେବୀଙ୍କ ଶରୀର ସ୍ବର୍ଣ୍ଣ ସମ ଦେଦୀପ୍ୟମାନ । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରିଟି ହସ୍ତ । ଗୋଟିଏ ହାତରେ ଖଣ୍ଡା ଦ୍ବିତୀୟ ହାତରେ ପଦ୍ମ ଫୁଲ ଶୋଭା ପାଇଥାଏ । ଅନ୍ୟ ହସ୍ତ ଦ୍ବୟ କ୍ରମଶଃ ବରମୁଦ୍ରା ଓ ଅଭୟମୁଦ୍ରାରେ ରହିଥାଏ । ଚାରିଭୁଜା ଧାରୀ ମା' କାତ୍ୟାୟନୀ ସିଂହ ଉପରେ ବିରାଜମାନ ହୋଇଥାନ୍ତି ।

ଫାଇଲ ଫଟୋ

ମା' କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ଷଷ୍ଠୀ ତିଥିରେ ଦେବୀ ପୂଜନ ସମୟରେ ମହୁର ମହତ୍ତ୍ବ ଦର୍ଶାଯାଇଛି । ଏହି ଦିନ ପ୍ରସାଦ ସ୍ବରୂପ ମା'ଙ୍କୁ ମହୁ ଭୋଗ ଲାଗି ହୁଏ ।

ଶାରଦୀୟ ନବରାତ୍ରୀର ଷଷ୍ଠୀ ତିଥିରେ ମା'ଙ୍କ ପୂଜାର୍ଚ୍ଚନା ପାଇଁ ଶୁଭ ମୁହୂର୍ତ୍ତ ସକାଳ 6ଟା 19ରୁ ଆରମ୍ଭ ହୋଇଥିବା ବେଳେ ଏହା 12ଟା 33 ପର୍ଯ୍ୟନ୍ତ ରହିବ । ନବରାତ୍ରୀର ଷଷ୍ଠ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର @narendramodi

ABOUT THE AUTHOR

...view details