ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ଆପ୍‌ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ୍‌ - ଦିଲ୍ଲୀର ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡରେ 43 ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ଆପ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ। ସରକାର ଦଣ୍ଡ ବ୍ୟବସ୍ଥା କୋହଳ କରୁଥିବା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସେ କହିଛନ୍ତି ।

Hardeep singh puri
ଫାଇଲ ଫଟୋ

By

Published : Dec 9, 2019, 6:52 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡରେ 43 ଲୋକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଘଟଣାକୁ ନେଇ ଆପ୍‌ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ । ସେ ଅଭିଯୋଗ କରିଛନ୍ତି ଯେ, ଏହି ଦୁର୍ଘଟଣା ସ୍ପଷ୍ଟ କରୁଛି ଦିଲ୍ଲୀ ସରକାରଙ୍କ କୋହଳ ଦଣ୍ଡ ବ୍ୟବସ୍ଥା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଛି ।

ଫଟୋ ସୌଜନ୍ୟ : ଟ୍ବିଟର @HardeepSPuri

ସେ ଏହା ମଧ୍ୟ କହିଛନ୍ତି, ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥା ସହ ଫାୟାର ସେଫ୍ଟି ନିୟମ ଉଲ୍ଲଙ୍ଘନ କରାଯାଇଛି । ଏହା ସହିତ ସେହି ଅଞ୍ଚଳର ସଡକ ସଂକୀର୍ଣ୍ଣ ଥିବା ସହ ଚାରିଆଡେ ବିପଦଜନ୍ନକ ଅବସ୍ଥାରେ ବିଦ୍ୟୁତ୍‌ ତାର ଓ କେବଲ ଓହଳିଥିଲା । ତଥାପି ବିଲ୍ଡିଂ ଉପରେ କୌଣସି ରୋକଠୋକ୍‌ ଲଗାଯାଇନଥିଲା ।

ସେପଟେ କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ଏହି ବୟାନକୁ ଭୂଲି ଏବଂ ଆଶ୍ଚର୍ଯ୍ୟଜନକ କହିଛି ଆପ୍‌ ସରକାର । ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ବୟାନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ବିଜେପିର ମ୍ୟୁନିସିପାଲଟିରେ ଘଟୁଥିବା ଭ୍ରଷ୍ଟାଚାର ଏବଂ ଅକ୍ଷମତା ଉପରେ ଘଣ୍ଟ ଘଉଡାଇବା ।

For All Latest Updates

ABOUT THE AUTHOR

...view details