ହାଇଦ୍ରାବାଦ: ସାରା ଦେଶ ଏବେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଆହ୍ବାନ କ୍ରମେ ଏକତାର ସହ ଆଗେଇ ଆସିଛନ୍ତି ଦେଶବାସୀ । କିଏ ଛାତ ଉପରେ ଥାଇ ଘଣ୍ଟା ବଜାଇଛି ତ ଆଉ କିଏ ଶଙ୍ଖ । ଆଉ କେହି କେହି ନିଜ ବାଲକୋନୀ ଉପରୁ ଥାଇ ବଜାଇଛନ୍ତି ଥାଳି । ରବିବାର ଠିକ୍ ସଂଧ୍ୟା 5ଟାରେ ଘଣ୍ଟଘଣ୍ଟା ସହ ଥାଳି ଓ କରତାଳିରେ କମ୍ପଥିଲା ପଲ୍ଲୀ ଠୁ ଦିଲ୍ଲୀ । ତେବେ ଏନେଇ ଦେଶର ସମସ୍ତ ନାଗରିକଙ୍କ ପ୍ରତି ଆଭାର ବ୍ୟକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦେଶବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି, କହିଲେ ବିଜୟ ଆରମ୍ଭର ଶଙ୍ଖନାଦ - ଜନତା କର୍ଫ୍ୟୁ
ରବିବାର ଠିକ୍ ସଂଧ୍ୟା 5ଟାରେ ଘଣ୍ଟଘଣ୍ଟା ସହ ଥାଳି ଓ କରତାଳିରେ କମ୍ପଥିଲା ପଲ୍ଲୀ ଠୁ ଦିଲ୍ଲୀ । ତେବେ ଏନେଇ ଦେଶର ସମସ୍ତ ନାଗରିକଙ୍କ ପ୍ରତି ଆଭାର ବ୍ୟକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...
ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ ବିଜୟ ଆରମ୍ଭର ଏହା ଶଙ୍ଖନାଦ
ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ବିଟରରେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି ଯେ କୋରୋନା ଭାଇରସ ଲଢେଇରେ ନେତୃତ୍ବ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେଶ ଏକ ମନରେ ଧନ୍ୟବାଦ ଜଣାଇଛି । ଦେଶବାସୀଙ୍କୁ ଅନେକ ଏନେକ ଧନ୍ୟବାଦ । ଏହା ଧନ୍ୟବାଦର ଶଙ୍ଖନାଦ । ଲମ୍ବା ଯୁଦ୍ଧରେ ବିଜୟର ଆରମ୍ଭର ମଧ୍ୟ ଏହା ଶଙ୍ଖନାଦ । ଏହି ସଞ୍ଜମତାର ସହ ଗୋଟିଏ ଲମ୍ବା ଲଢେଇରେ ନିଜକୁ ବନ୍ଧନରେ ବାନ୍ଧି ଦେବାକୁ କହିଛନ୍ତି ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ