ଓଡିଶା

odisha

ETV Bharat / bharat

ବାୟୁସେନାରେ ସାମିଲ ହେଲା ‘ସୁଖୋଇ-30 ଏମକେଆଇ’ ଫାଇଟର - ‘ସୁଖୋଇ-30 ଏମକେଆଇ’ ଫାଇଟର

‘ସୁଖୋଇ-30 ଏମକେଆଇ’ ଫାଇଟରକୁ ଭବ୍ୟ ସ୍ବାଗତ କରାଯିବା ସହ ବାୟୁସେନାର ସ୍କ୍ବାର୍ଡନ 222ରେ ସାମିଲ କରାଯାଇଛି । ଏହି ଅବସରରେ ବାୟୁସେନା ପ୍ରମୁଖ ମାର୍ସଲ ରାକେଶ କୁମାର ସିଂ ଭଦୋରିଆ, ସିଡ଼ିଏସ ବିପିନ ରାୱତ ଉପସ୍ଥିତ ଥିଲେ ।

sukhoi-30-mki-fighter-jets-armed-with-brahmos
sukhoi-30-mki-fighter-jets-armed-with-brahmos

By

Published : Jan 20, 2020, 6:25 PM IST

ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ସୁଖୋଇ-30 ଏମକେଆଇ’ ଫାଇଟର ଜେଟ । ଅତ୍ୟାଧୁନିକ ଜ୍ଞାନ କୌଶଳ ସମେତ ବ୍ରହ୍ମୋସ ସୁପରସୋନିକ ମିଶାଇଲକୁ ମଧ୍ୟ ବୋହି ନେବାର କ୍ଷମତା ରହିଛି । 2013 ମସିହାରେ ତଞ୍ଜାବୁର ଏୟାରଲାଇନ୍ସକୁ ପୁନଃନିର୍ମିତ କରାଯାଇଥିଲା । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏହି ଏୟାରବେସକୁ ରାଷ୍ଟ୍ର ଉଦେଶ୍ୟରେ ସମର୍ପିତ କରିଥିଲେ ।

ବାୟୁସେନାରେ ସାମିଲ ହେଲା ‘ସୁଖୋଇ-30 ଏମକେଆଇ’ ଫାଇଟର

ସ୍ବତନ୍ତ୍ର ଭାବରେ ‘ସୁଖୋଇ-30 ଏମକେଆଇ’ ଫାଇଟରକୁ ଭବ୍ୟ ସ୍ବାଗତ କରାଯିବା ସହ ବାୟୁସେନାର ସ୍କ୍ବାର୍ଡନ 222ରେ ସାମିଲ କରାଯାଇଥିଲା। ଏହି ଅବସରରେ ବାୟୁସେନା ପ୍ରମୁଖ ମାର୍ସଲ ରାକେଶ କୁମାର ସିଂ ଭଦୋରିଆ, ସିଡ଼ିଏସ ବିପିନ ରାୱତଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ବ୍ରିଟିଶ ଅମଳରୁ ମଧ୍ୟ ତଞ୍ଜାବୁର ଏୟାରବେସର କିର୍ତ୍ତୀ ରହିଆସିଛି । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏଠାରେ ଯୁଦ୍ଧ ବିମାନ ଗୁଡ଼ିକ ତତ୍କାଳ ଲ୍ୟାଣ୍ଡି କରିବା ସହ ଉଡ଼ାଣ ମଧ୍ୟ ଭରିଥିଲା । ଦେଶ ସ୍ବାଧିନତା ପରେ 1988 ମସିହାରେ ଏହି ବିମାନବନ୍ଦରକୁ ସଂପ୍ରସାରଣ କରାଯାଇଥିଲା ଏବଂ ଏକ ଯାତ୍ରୀବାହୀ ବିମାନ ଚଲାଚଳ ଆରମ୍ଭ କରାଯାଇଥିଲା ।

ABOUT THE AUTHOR

...view details