ଓଡିଶା

odisha

By

Published : Aug 2, 2019, 1:32 PM IST

ETV Bharat / bharat

ଟିକ୍ ଟକ୍ ନିଶା, ଷ୍ଟଣ୍ଟ୍ ବେଳେ ମୁହଁରେ ପଡିଲା ବାଇକ

ଟିକ୍ ଟକ୍ ରେ ଭିଡିଓ ଅପଲୋଡ ପାଇଁ ଷ୍ଟଣ୍ଟ୍ କରୁଥିବା ବେଳେ ମୁହଁରେ ବାଇକ ପଡି ଯୁବକ ଗୁରତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର  ମୁରବାଦ ଅଞ୍ଚଳର କଲ୍ୟାଣ ବଦଲାପୁରରେ।

ଫାଇଲ ଫଟୋ

ମୁମ୍ବାଇ: ବର୍ତ୍ତମାନ ଟିକ୍ ଟକ୍ ନିଶାରେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବାୟା । ଟିକ୍ ଟକ୍ ରେ ଭିଡିଓ ଅପଲୋଡ ପାଇଁ ଜୀବନରୁ ପାଣି ଛଡାଇ ଲୋକେ ବିଭିନ୍ନ ଷ୍ଟଣ୍ଟ କରିବାରେ ଲାଗିଛନ୍ତି । ଫଳରେ କେତେକଙ୍କ ଜୀବନ ମଧ୍ୟ ଏଥିରେ ଯାଉଛି ।

ନିକଟରେ ଏହିପରି ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ମହାରାଷ୍ଟ୍ରର ମୁରବାଦ ଅଞ୍ଚଳର କଲ୍ୟାଣ ବଦଲାପୁର ରୋଡର ବୋଲି ଜଣାପଡିଛି । ଭିଡିଓରେ ଜଣେ ଯୁବକ ଅତି ଖୀପ୍ର ଗତିରେ ବାଇକ ଚଲାଉଥିବା ଦେଖାଯାଉଛି । ଏହାପରେ ଷ୍ଟଣ୍ଟ୍ ପାଇଁ ସେ ବାଇକର ପଛଭାଗକୁ ଉଚ୍ଚକୁ ଉଠାଇବାକୁ ଚେଷ୍ଟା କରି ଅଚାନକ୍ ବ୍ରେକ ଲଗାଉଛନ୍ତି।

ଏହାପରେ ବାଇକର ପଛ ଭାଗ ଉଠିଯାଇ ଯୁବକଟି ଭାରସାମ୍ୟ ହରାଇ ମୁହଁମାଡି ତଳେ ପଡିଯାଉଛି । ତେବେ ଏହାପରେ ଯାହା ଘଟିଛି ତାହାକୁ ଦେଖିଲା ପରେ ଆଉ କୌଣସି ବ୍ୟକ୍ତି ଟିକ୍ ଟକ୍ ପାଇଁ ଏପରି ଭିଡିଓ କରିବା ପାଇଁ ଚେଷ୍ଟା କରିବ ନାହିଁ । ଯୁବକଟି ତଳେ ପଡିଥିବା ବେଳେ ବାଇକଟି ସିଧା ଯୁବକଟିର ମୁହଁରେ ପଡିଥିବାର ଦେଖିବାକୁ ମିଳିଥିଲା ।

ଏହାପରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ତାଙ୍କର ଦୁଇ ସାଙ୍ଗ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍ଗୀନ୍ ଥିବା ଜଣାପଡିଛି। ଏହିଭଳି ବହୁ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଟିକ୍ ଟକ୍ ପ୍ରେମୀ ଚେତିବାର ନାଁ ନେଉନାହାନ୍ତି। ତେଣୁ ସରକାର ଏହା ଉପରେ କଡା ପଦକ୍ଷେପ ନେବା ଆବଶ୍ୟକ ରହିଛି ।

ABOUT THE AUTHOR

...view details