ଓଡିଶା

odisha

ଶିବକୁମାରଙ୍କ ପରେ ଜେଲ ଯିବେ କୁମାରସ୍ବାମୀ !

ବଢୁଛି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଅଡୁଆ । ଭୁଲ କରିଥିଲେ କୁମାରସ୍ବାମୀ ଜେଲ ଦଣ୍ଡାଦେଶ ଭୋଗିବେ ବୋଲି ଜଣେ ବିଧାୟକ ଆରୋପ ଲଗାଇଛନ୍ତି ।

By

Published : Sep 13, 2019, 11:18 AM IST

Published : Sep 13, 2019, 11:18 AM IST

Updated : Sep 13, 2019, 11:55 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ପୂର୍ବ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀଙ୍କ ଉପରେ ଯେମିତି ଶନି ଦଶା ଘାରିଛି । ପାର୍ଟିର ଜଣେ ବରିଷ୍ଠ ନେତା ଜିଡି ଦେବଗୌଡାଙ୍କ ପରେ ଏବେ ଆଉ ଜଣେ ବିଧାୟକ ତାଙ୍କ ବିରୋଧରେ ସ୍ବର ଉଠାଇଛନ୍ତି । ଯଦି କୁମାର ସ୍ବାମୀ ତାଙ୍କ କାର୍ଯ୍ୟକାଳରେ ଅବୈଧ ଟେଲିଫୋନ ଇଣ୍ଟରସ୍ପେଶନର ଆଦେଶ ଦେଇଥାନ୍ତି, ତେବେ ତାଙ୍କୁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କହିଛନ୍ତି କର୍ଣ୍ଣାଟକର ବିଧାୟକ ଏସଆର ଶ୍ରୀନିବାସ ।


ଫୋନ ଟ୍ୟାପିଂରେ କୁମାରସ୍ବାମୀ ସମ୍ପୃକ୍ତ ଥିବା ଶ୍ରୀନିବାସ ଜାଣିନଥିଲେ । ଆଉ ଏହା ଜଣାପଡିବା ପରେ ସେ ତୁରନ୍ତ ମୋବାଇଲ ନଂ ବଦାଳଇଥିଲେ ବୋଲି କହିଛନ୍ତି ଶ୍ରୀନିବାସ । ଏପରିକି ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ଗିରଫଦାରିରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେଇଥିବା ଧାରଣାରେ ସାମିଲ ନ ହେବାକୁ ମଧ୍ୟ କୁମାରସ୍ବାମୀ କହିଥିଲେ ବୋଲି ସେ କହିଛନ୍ତି ।


ଏହି ଅଭିଯୋଗ ପ୍ରଥମେ, ଅଯୋଗ୍ୟ ଘୋଷଣା କରାଯାଇଥିବା ବିଧାୟକ ଏଏଚ ବିଶ୍ବନାଥ ଆଣିଥିଲେ । କୁମାରସ୍ବାମୀ ସରକାର ଫୋନ ଟ୍ୟାପ କରିବା ସହ 300ରୁ ଅଧିକ ଲୋକଙ୍କ ଗୁପ୍ତ ତଥ୍ୟ ଜାଣିବାକୁ ଉଦ୍ୟମ କରୁଥିବାର ସେ ନେଇ ଅଭିଯୋଗ ଆଣିଥିଲେ । ଯାହା ଏବେ କୁମାରସ୍ବାମୀଙ୍କ ଅଡୁଆ ବଢାଇବାରେ ଲାଗିଛି । ଗତ ମାସରେ କୁମାର ସ୍ବାମୀଙ୍କ ନେତୃତ୍ବରେ ଥିବା କଂଗ୍ରେସ ନେତା, ଶାସକ ଦଳ ଏଥିସହ ତାଙ୍କର ସମ୍ପର୍କୀୟ ଓ ଲୋକ ସେବକଙ୍କ ଫୋନ ଟ୍ୟାପ କରାଯିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ସିବିଆଇ ଯାଞ୍ଚର ନିର୍ଦ୍ଦେଶ ଦେଇଥିଲେ ।

Last Updated : Sep 13, 2019, 11:55 AM IST

ABOUT THE AUTHOR

...view details