ନୂଆଦିଲ୍ଲୀ: ସୀମା ପାର କରି ଭାରତକୁ ଅନୁପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସେନା ପ୍ରମୁଖଙ୍କ କଡା ଚେତାବନୀ। ଅନୁପ୍ରବେଶ କରିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବେ ଆତଙ୍କୀ । ଭାରତୀୟ ସୀମା ଅତିକ୍ରମ କଲେ ମୃତ୍ୟୁ ସୁ-ନିଶ୍ଚିତ । ନଗରୋଟା ଅପରସେନ ପରେ ଆତଙ୍କବାଦୀଙ୍କୁ ଏଭଳି ଖୋଲା ଚେତାବନୀ ଦେଇଛନ୍ତି ନରୱାଣେ ।
ସେନା ମୁଖ୍ୟଙ୍କ କଡା ଚେତାବନୀ; ଏଲଏସି ଅତିକ୍ରମ କଲେ ମୃତ୍ୟୁ ସୁନିଶ୍ଚିତ - ଏଲଏସି ଅତିକ୍ରମ କଲେ ମୃତ୍ୟୁ ସୁନିଶ୍ଚିତ
ନଗରୋଟା ସଫଳ ଅପରସେନ ପରେ ସେନା ପ୍ରମୁଖ କଡା ଆଭିମୁଖ୍ୟ । ଭାରତୀୟ ସୀମା ଅତିକ୍ରମ କଲେ ମୃତ୍ୟୁ ସୁ-ନିଶ୍ଚିତ । ଭାରତରେ ଅନୁପ୍ରବେଶ ପୂର୍ବରୁ ଥରେ ଚିନ୍ତା କରିବାକୁ ଆହ୍ବାନ । ଅଧିକ ପଢନ୍ତୁ...
ଜିଲ୍ଲା ସୁରକ୍ଷା ପରିଷଦ ନିର୍ବାଚନ ପୂର୍ବରୁ ଜାମ୍ମୁ କାଶ୍ମୀର ନଗରୋଟାରେ ଆକ୍ରମଣ ଯୋଜନା କରୁଥିବା ଚାରିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ନାଗରୋଟା ଅପରରେସନ ପରେ ସୁରକ୍ଷା ବାହିନୀର ଉଦ୍ୟମକୁ ପ୍ରଶଂସା କରିଥିଲେ ନରୱାଣେ । ସୁରକ୍ଷା ବାହିନୀଙ୍କ ଦ୍ବାରା ଏହା ଏକ ସଫଳ ଅପରେସନ ରହିଥିଲା । ଶତ୍ରୁ ତଥା ଆତଙ୍କବାଦ ଉଦ୍ଦେଶ୍ୟରେ ବାର୍ତ୍ତା ସେ କହିଥିଲେ, ଏଲଏସିକୁ ଯିଏ ଅତିକ୍ରମ କରିବ ସେମାନେ ଆଉ ଫେରିବେ ନାହିଁ ।
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନାଗରୋଟା ବାନୋଟା ଅଞ୍ଚଳର ଟୋଲ ପ୍ଲାଜା ନିକଟରେ ଗୁରୁବାର ସକାଳେ ଏକ ଏନକାଉଣ୍ଟରରେ ଚାରି ଜଣ ସନ୍ଦିଗ୍ଧଙ୍କ ନିପାତ ହୋଇଥିଲେ । ସେମାନେ ସମସ୍ତେ ଜୈଶ-ଏ-ମହମ୍ମଦ ପାଇଁ କାମ କରୁଥିଲେ । ଏହି ସମୟରେ ଆତଙ୍କୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି । ଆତଙ୍କବାଦୀଙ୍କ ମୃତ୍ୟୁ ପରେ 29 ଲକ୍ଷ ଗ୍ରେନେଡ, 11 AK ସିରିଜ ରାଇଫଲ, ମୋବାଇଲ ଫୋନ, 6ଟି ଅଣ୍ଡର ବ୍ୟାରେଲ ଗ୍ରେନେଡ ସହ 1 ଲକ୍ଷ ନଗଦ ଟଙ୍କା ଏବଂ 7.5 କିଗ୍ରା ବିସ୍ଫୋରକ ଜବତ କରାଯାଇଛି ।