ଶ୍ରୀନଗର:ପୁଣି ଅଶାନ୍ତ ସୀମା । ବଦମାସୀ ଦେଖାଇଲା ପାକିସ୍ତାନ । ଶ୍ରୀନଗରର ହାୱାଲର ସାଜଗରିପୋରା ଠାରେ ପୋଲିସ ଓ ସିଆରପିଏଫ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ପୁରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ, ଏହି ଅପରେନରେ ଜଣେ ସୁରକ୍ଷାକର୍ମୀ ଓ ସ୍ଥାନୀୟଲୋକ ଆହତ ହୋଇଛନ୍ତି । ତେବେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଆହତ ହୋଇଥିବା କନେଷ୍ଟବଳ ହେଉଛନ୍ତି ଫାରୁକ ଅହମ୍ମଦ ।
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସେନା ଆହତ - Terrorists attack
ପୁଣି ବଦମାସୀ ଦେଖାଇଲା ପାକିସ୍ତାନ । ସୁରକ୍ଷାକର୍ମୀଙ୍କ ଉପରେ କଲା ଆକ୍ରମଣ । ଜଣେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଲୋକ ଆହତ । ଅଧିକ ପଢନ୍ତୁ....
![ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସେନା ଆହତ Terrorists attack joint party of CRPF-police in J&K's Srinagar; Cop, civilian injured](https://etvbharatimages.akamaized.net/etvbharat/prod-images/768-512-9783752-thumbnail-3x2-pp.jpg)
ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସେନା ଆହତ
ରବିବାର ପାକିସ୍ତାନର 2 ନାବାଳିକା ଏଲଓସି ଅତିକ୍ରମ କରି ପୁଞ୍ଚ ଜିଲ୍ଲାକୁ ପଶିଆସିଥିଲେ । ସୀମାରେ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ଅଟକ ଥିବା ଦୁଇ ନାବାଳିକା ହେଉଛନ୍ତି ଲାଇବା ଜବିର ଓ ତାଙ୍କ ସାନ ଭଉଣୀ ସାନା ଜବିର ।
@ ANI