ଓଡିଶା

odisha

ETV Bharat / bharat

କରତାରପୁର କରିଡରକୁ ବିପଦ! - ବିପଦରେ କରତାରପୁର କୋରିଡର

ପାକିସ୍ତାନର ପଞ୍ଜାବ ପ୍ରଦେଶ ନାରୋୱାଲ ଜିଲ୍ଲାରେ ପ୍ରଶିକ୍ଷଣ ନେଉଛନ୍ତି ଆତଙ୍କୀ । ଉଭୟ ପୁରୁଷ ଓ ମହିଳାଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ବିଏଫସର ଗୁଇନ୍ଦା ବିଭାଗର ସୂଚନା ପରେ କରତାପୁର କରିଡରରେ ସୁରକ୍ଷା ବ୍ୟବସ୍ଥା ଏବେ ଚିନ୍ତା ବଢାଇଛି।

ଫାଇଲ ଫଟୋ

By

Published : Nov 4, 2019, 4:27 PM IST

ନୂଆଦିଲ୍ଲୀ: କରତାରପୁର କରିଡରକୁ ବିପଦ । ପାକିସ୍ତାନର ପଞ୍ଜାବ ପ୍ରଦେଶର ନାରୋୱାଲ ଜିଲ୍ଲାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ନେଇ ସୂଚନା ଦେଲା ବିଏଫସର ଗୁଇନ୍ଦା ବିଭାଗ । ନାରୋୱାଲ ଜିଲ୍ଲାରେ ହିଁ କରତାପୁର ଗୁରୁଦ୍ବାର ରହିଛି।

ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେ, ଶକରଗଡ ଓ ନାରୋୱାଲ ଜିଲ୍ଲାରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଯେଉଁଠି ଉଭୟ ପୁରୁଷ ଓ ମହିଳାଙ୍କୁ ତାଲିମ ଦିଆଯାଉଛି। ଇଖଲାସପୁର ଓ ଶକୁରଗଡରେ ଆତଙ୍କବାଦୀଙ୍କ ଚଳପ୍ରଚଳ ନେଇ ସମୟ ସମୟରେ ଖବର ଦିଆଯାଉଛି।

ନଭେମ୍ବର 9ରେ କରତାପୁର କରିଡରର ଉଦଘାଟନ ହେବାକୁ ଯାଉଛି । ଯେଉଁଥିରେ ଭାରତର ପଞ୍ଜାବ ପ୍ରଦେଶର ଗୁରଦାସପୁର ଜିଲ୍ଲା ସ୍ଥିତ ଡେରା ବାବା ନାନକ ସାହେବଙ୍କୁ କରତାପୁର ସାହେବ ଗୁରୁଦ୍ବାର ସହ ଯୋଡାଯିବ।

କରିଡର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ । ସକାଳୁ ତୀର୍ଥଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ସେହି ଦିନ ହିଁ ଫେରିଯିବାକୁ ପଡିବ । କେବଳ ଅଧିସୂଚୀତ ଦିନଗୁଡିକ ଛାଡିଦେଲେ କରିଡର ବର୍ଷସାରା ପରିଚାଳିତ ହେବ।

ABOUT THE AUTHOR

...view details