ଶ୍ରୀନଗର: ଗୁରୁବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରିଛି ଭାରତୀୟ ସେନା । ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ଅଫୁଟା ଗୁଳି, ବୋମା, ବାରୁଦ ଆଦି ଜବତ କରାଯାଇଛି ।
ଆତଙ୍କୀ ଶିବିର ଧ୍ବଂସ, ଏକେ-47 ରାଇଫଲ ସହ ବିପୁଳ ସାମଗ୍ରୀ ଜବତ - arms, ammunition seized
ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ଏକ ଆତଙ୍କବାଦୀଙ୍କ ଶିବିରକୁ ଧ୍ବଂସ କରିଛି ଭାରତୀୟ ସେନା । ଏହା ସହିତ ଏକେ-47 ରାଇଫଲ ସହ ବିପୁଳ ଆତଙ୍କ ସାମଗ୍ରୀକୁ ଜବତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଆତଙ୍କୀ ଶିବିର ଧ୍ବଂସ, ଏକେ-47 ରାଇଫଲ ସହ ବିପୁଳ ସାମଗ୍ରୀ ଜବତ କେ-47 ରାଇଫଲ ସହ ବିପୁଳ ଆତଙ୍କସାମଗ୍ରୀ ଜବତ](https://etvbharatimages.akamaized.net/etvbharat/prod-images/768-512-6066346-thumbnail-3x2-jk.jpg)
କେ-47 ରାଇଫଲ ସହ ବିପୁଳ ଆତଙ୍କସାମଗ୍ରୀ ଜବତ
ଜମ୍ମୁ କଶ୍ମୀର ପ୍ରଶାସନ ଅନୁସାରେ, ପୋଲିସ 39 ରୋମିଓ ଫୋର୍ସଙ୍କ ସହ ପୁଞ୍ଚର କୁନାଇ ଅଞ୍ଚଳରେ ଥିବା ଏକ ଶିବିରକୁ ଘେରିବା ସହ ଖାନତଲାସି କରିଥିଲେ । ଏହି ସମୟରେ ପୋଲିସକୁ ଆତଙ୍କବାଦୀ ବ୍ୟବହାର କରୁଥିବା ଏକେ-47 ରାଇଫଲ, କିଛି ମାଗାଜିନ, ଚାଇନିଜ ପିସ୍ତଲ ଆଦି ମିଳିଥିଲା । ଏନେଇ ପୁଞ୍ଚ ଥାନାରେ ମାମଲାରେ ରୁଜୁ କରାଯାଇଛି ।