ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀରରେ ସେନା ପାଟ୍ରୋଲିଂ ଟିମକୁ ଆତଙ୍କବାଦୀ ଆକ୍ରମଣ, ଯବାନ ଆହତ

ସନ୍ଦିଗ୍ଧ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲା ସୋପୋରର ହାଇଗାମ ଅଞ୍ଚଳରେ ପାଟ୍ରୋଲିଂ ଟିମ୍‌ ଉପରେ ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି।

ଜମ୍ମୁ-କାଶ୍ମୀରରେ ସେନାର ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ,  ଯବାନ ଆହତ
ଜମ୍ମୁ-କାଶ୍ମୀରରେ ସେନାର ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ଯବାନ ଆହତ

By

Published : Aug 12, 2020, 3:43 PM IST

Updated : Aug 12, 2020, 5:10 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସେନାର ପାଟ୍ରୋଲିଂ ଟିମ୍କୁ ଆତଙ୍କବାଦୀ ଆକ୍ରମଣ । ସନ୍ଦିଗ୍ଧ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲା ସୋପୋରର ହାଇଗାମ ଅଞ୍ଚଳରେ ପାଟ୍ରୋଲିଂ ଟିମ୍‌ ଉପରେ ଏହି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ସେନାର ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଜମ୍ମୁ-କାଶ୍ମୀରରେ ସେନା ପାଟ୍ରୋଲିଂ ଟିମକୁ ଆତଙ୍କବାଦୀ ଆକ୍ରମଣ, ଯବାନ ଆହତ

ସୂଚନାନୁସାରେ, ଆତଙ୍କବାଦୀମାନେ ହାଇଗାମର ଟାଇମ୍ ପାସ୍ ହୋଟେଲ ନିକଟରେ ସେନା, ସିଆରପିଏଫ ଏବଂ ପୋଲିସର ମିଳିତ ନାକା ପାର୍ଟି ଉପରେ କିଛି ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଘଟଣାପରେ ସୁରକ୍ଷାକର୍ମୀ ପାଲଟା ଜବାବରେ ଗୁଳି ଚାଳନା କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି ।

Last Updated : Aug 12, 2020, 5:10 PM IST

ABOUT THE AUTHOR

...view details