ନୂଆଦିଲ୍ଲୀ: ଦିନରାତି 24 ଘଣ୍ଟା ଆମକୁ ସୁରକ୍ଷା ଦେଉଛନ୍ତି ଦେଶର ଯବାନ । ସେମାନେ ଘାଟିରେ ଆମ ପାଇଁ ଭଗବାନଙ୍କ ଦୂତ ସାଜିଥିବା ବେଳେ ଆତଙ୍କବାଦୀଙ୍କ ପାଇଁ ଯମ ସାଜି ଠିଆ ହୋଇ ରହୁଛନ୍ତି । କେବଳ ଆମରି ଶାନ୍ତି ପାଇଁ । ତେବେ ପୁଲୱାମା ଆତଙ୍କବାଦ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ଏପର୍ଯ୍ୟନ୍ତ 72 ଥର ଆତଙ୍କବାଦୀମାନେ ଆକ୍ରମଣ କରିସାରିଛନ୍ତି । ଏହାର ଏକ ରିପୋର୍ଟ ପ୍ରକାଶ ପାଇଛି ।
ଉକ୍ତ ଆକ୍ରମଣରେ ସମୁଦାୟ 89 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେପଟେ ନିର୍ବାଚନ ପରେ ପରେ ଏପର୍ଯ୍ୟନ୍ତ 8 ଯବାନ ଏବଂ ବରିଷ୍ଠ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ରିପୋର୍ଟରୁ ଜଣାପଡୁଛି ଯେ ଆମ ସୁରକ୍ଷା ପାଇଁ ସୀମାରେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଆମ ଯବାନ ମଧ୍ୟ ଲଗାତାର ଶହୀଦ ହେଉଛନ୍ତି ।
ପୁଲୱାମାରେ ଚଳିତ ବର୍ଷ ଫେବୃଆରୀ 14ରେ ଆତଙ୍କବାଦୀ ଆଇଇଡି ବ୍ଲାଷ୍ଟ କରିଥିଲେ । ଏଥିଯୋଗୁଁ 40 ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ସେହିପରି ନିର୍ବାଚନ ପରେ ଯଦି ଦେଖିବା ଜୁନ 12ରେ ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ 5 ଜଣ ଯବାନ ଶହୀଦ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିଲେ ।
ଜୁନ 18 ତାରିଖରେ ଯଦି ନଜର ପକାଇବା ତେବେ ଆତଙ୍କବାଦୀ ଆକ୍ରମଣରେ ମେଜର ଶର୍ମା ଶହୀଦ ହୋଇଥିବା ବେଳେ ଅନ୍ୟ ଅଧିକାରୀ ଏବଂ 2 ଯବାନ ଆହତ ହୋଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରଠୁ ଏପର୍ଯ୍ୟନ୍ତ ହୋଇଥିବା ଘଟଣାର ଏକ ତାଲିକା ପ୍ରକାଶ ପାଇଛି ।
ଆସନ୍ତୁ ନଜର ପକାଇବା...