ଓଡିଶା

odisha

ETV Bharat / bharat

ପାକିସ୍ତାନରେ ଆତଙ୍କବାଦ ସକ୍ରିୟ, ଡ୍ରୋନରେ ଗୋଳାବାରୁଦ ଏୟାରଡ୍ରପ ନୂଆ ଚ୍ୟାଲେଞ୍ଜ: ବିଏସଏଫ - Weapen droppings

ଜାମ୍ମୁ ଓ କାଶ୍ମୀରରେ ପାକିସ୍ତାନ ଡ୍ରୋନର ଗତିବିଧି ଏକ ନୂଆ ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଏସଏଫ ଅଧିକାରୀ । ଅଧିକ ପଢନ୍ତୁ...

ପାକିସ୍ତାନରେ ଆତଙ୍କବାଦ ସକ୍ରିୟ, ଡ୍ରୋନରେ ଗୋଳାବାରୁଦ ଏୟାରଡ୍ରପ ନୂଆ ଚ୍ୟାଲେଞ୍ଜ: ବିଏସଏଫ
ପାକିସ୍ତାନରେ ଆତଙ୍କବାଦ ସକ୍ରିୟ, ଡ୍ରୋନରେ ଗୋଳାବାରୁଦ ଏୟାରଡ୍ରପ ନୂଆ ଚ୍ୟାଲେଞ୍ଜ: ବିଏସଏଫ

By

Published : Sep 20, 2020, 9:24 PM IST

ଶ୍ରୀନଗର: ପାକିସ୍ତାନରେ ଆତଙ୍କବାଦର ଭିତ୍ତିଭୂମି ସକ୍ରିୟ ରହିଛି । ବାରମ୍ବାର କଡା ଚେତାବନୀ ସତ୍ତ୍ବେ ମଧ୍ୟ ସୁଧୁରୁନି ପାକିସ୍ତାନ । ଥମିବାକୁ ନା ନେଉନାହିଁ ଆତଙ୍କବାଦୀ କାର୍ଯ୍ୟକଳାପ । ତେବେ ଏପରିସ୍ଥିତିରେ ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ଡ୍ରୋନର ଗତିବିଧି ଏକ ନୂଆ ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଏସଏଫ ଅଧିକାରୀ ।

ବିଏସଏଫ ଅଧିକାରୀ ଜାମୱାଲ କହିଛନ୍ତି ଯେ ନୂତନ ସୁରକ୍ଷା ଚ୍ୟାଲେଞ୍ଜ ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ଆଲର୍ଟ ରହିଛନ୍ତି । ଶତୃପକ୍ଷଙ୍କ ଯୋଜନାକୁ ପଣ୍ଡ କରିବାକୁ ସେନା ସଜାଗ ରହିଛି । ଏହାରି ମଧ୍ୟରେ ଆରଏସପୁରା ସେକ୍ଟରରୁ 2 ପିସ୍ତଲ, 3 ମାଗାଜିନ ଏବଂ 100 ରାଉଣ୍ଡ ଗୁଳି ସହିତ 62 କିଲୋଗ୍ରାମର ହେରୋଇନ ଜବତ ହୋଇଛି ।

ଅଧିକାରୀ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦ ଭିତ୍ତିଭୂମି ସକ୍ରିୟ ରହିଛି । ଏଥିରୁ ଅସ୍ତ୍ରଶସ୍ତ୍ର ତଥା ନିଶା କାରବାର ତଥା ସୀମାରେ ଗୁଳି ଚଳାଇବା ଭଳି ଉଦ୍ୟମରୁ ଏହା ସ୍ପଷ୍ଟ ହୋଇଛି । ଏହାସହ ଡ୍ରୋନ ବ୍ୟବହାର କରି ଗୋଳାବାରୁଦ ଏୟାରଡ୍ରପ ଘଟଣା ନୂଆ ବିପଦ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details