ଓଡିଶା

odisha

ETV Bharat / bharat

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲାହୁଦ୍ଦିନ ସମେତ 11 ଜଣଙ୍କ ବିରୋଧରେ ଇଡିର ଚାର୍ଜସିଟ - ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ସମେତ 11 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । ତେବେ ଦିଲ୍ଲୀ କୋର୍ଟରେ ଇଡି ପକ୍ଷରୁ ଏହି ମମଲା ରୁଜୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲାହୁଦ୍ଦିନ ସମେତ 11 ଜଣଙ୍କ ବିରୋଧରେ ଇଡିର ଚାର୍ଜସିଟ
ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସଲାହୁଦ୍ଦିନ ସମେତ 11 ଜଣଙ୍କ ବିରୋଧରେ ଇଡିର ଚାର୍ଜସିଟ

By

Published : Aug 25, 2020, 6:49 PM IST

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟଙ୍କା ଫଣ୍ଡିଂ ଅଭିଯୋଗରେ ପାକିସ୍ତାନ ସ୍ଥିତ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନ ସମେତ 11 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । ତେବେ ଦିଲ୍ଲୀ କୋର୍ଟରେ ଇଡି ପକ୍ଷରୁ ଏହି ମମଲା ରୁଜୁ ହୋଇଥିବା ଜଣାପଡିଛି ।

ଚାର୍ଜସିଟରେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏହି ମାମଲାରେ ସମୁଦାୟ 1.22 କୋଟି ଟଙ୍କା ସଂପୃକ୍ତ ସମ୍ପତ୍ତି ଜବତ କରିବାକୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଖୁବ ଶୀଘ୍ର କୋର୍ଟ ଏହି ମାମଲା ଗ୍ରହଣ କରିବେ ବୋଲି ଜଣାପଡିଛି।

ବେଆଇନ କାର୍ଯ୍ୟକଳାପ (UAPA) ଅଧୀନରେ ସଲାହୁଦ୍ଦିନ, ଶାହା ଏବଂ ଅନ୍ୟମାନଙ୍କ ବିରୋଧରେ ଚାର୍ଜସିଟ ଦାଖ କରିବା ପରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ପକ୍ଷରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଟଙ୍କା ଫଣ୍ଡି ମାମଲା ଦାଏର କରାଯାଇଥିଲା ।

ABOUT THE AUTHOR

...view details