ଶ୍ରୀନଗର:ଥମୁନି ପାକିସ୍ତାନର ବଦମାସୀ । ନିଜର କୁଚକ୍ରାନ୍ତ ଯୋଗୁଁ ଭାରତରେ କେତେବେଳେ ଆତ୍ମଘାତୀ ବିସ୍ଫୋରଣ କରୁଛି ତ ଆଉ କେତେବେଳେ କିଛି ଲୋକଙ୍କୁ ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ କରାଉଛି । ଆଜି (ଶୁକ୍ରବାର) ଜମ୍ମୁ କାଶ୍ମୀରର ଅବନ୍ତିପୋରାର ସୟଦାବାଦ ଟ୍ରଲ ଗ୍ରାମରେ ସର୍ଚ୍ଚ ଅପରେସନ ପରେ ଜଣେ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରାଯାଇଛି । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଆତଙ୍କବାଦୀଙ୍କ ସହଯୋଗୀ ଗିରଫ, ଚାଇନିଜ୍ ହ୍ୟାଣ୍ଡ ଗ୍ରେନେଡ ଜବତ - ଆତଙ୍କବାଦୀଙ୍କ ସହଯୋଗୀ ଗିରଫ
ଧରାପଡିଲା ପାକିସ୍ତାନର କୁଚକ୍ରାନ୍ତ । ଅବନ୍ତିପୋରାରେ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ । ଚାଇନିଜ ହ୍ୟାଣ୍ଡ ଗ୍ରେନେଡ ଜବତ । ଅଧିକ ପଢନ୍ତୁ...
ଆତଙ୍କବାଦୀଙ୍କ ସହଯୋଗୀ ଗିରଫ,ଚାଇନିଜ ହ୍ୟାଣ୍ଡ ଗ୍ରେନେଡ ଜବତ
ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୟଦାବାଦ ପସ୍ତୁନାର ଆମୀର ଆଶରଫ । ତାଙ୍କ ଠାରୁ ଚାଇନିଜ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ତେବେ, ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗ୍ରେନେଡକୁ ଏକ କାଚ ଜାରରେ ଲୁଚାଇ ରଖିଥିଲେ । 42 ରାଜସ୍ଥାନ ରାଇଫଲ, 180 ବିଏନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ସହିତ ଅବାନ୍ତିପୋରା ପୋଲିସ ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ