ଓଡିଶା

odisha

By

Published : Jan 5, 2020, 10:23 PM IST

ETV Bharat / bharat

କର୍ଣ୍ଣାଟକ-ତାମିଲନାଡୁ ସୀମାରେ ଉତ୍ତେଜନା

ରବିବାର କର୍ଣ୍ଣାଟକର 200ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ତାମିଲନାଡୁ ସୀମାରେ ବିରୋଧ ପ୍ରଦର୍ଶନ କରିଛନ୍ତି । କର୍ଣ୍ଣାଟକ ପତାକା ଧରି ପ୍ରଦର୍ଶନକାରୀ ମାନେ ତାମିଲନାଡୁରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Tense situation in Karnataka- Tamilnadu border
ଫଟୋ ସୌଜନ୍ୟ: ଇଟିଭି ଭାରତ

ବେଙ୍ଗାଲୁରୁ: ରବିବାର କର୍ଣ୍ଣାଟକର 200ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ତାମିଲନାଡୁ ସୀମାରେ ବିରୋଧ ପ୍ରଦର୍ଶନ କରିଛନ୍ତି । କର୍ଣ୍ଣାଟକ ପତାକା ଧରି ପ୍ରଦର୍ଶନକାରୀ ମାନେ ତାମିଲନାଡୁରେ ପ୍ରବେଶ କରିଛନ୍ତି । ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁସାରେ ଗତ ମାସରେ କର୍ଣ୍ଣାଟକ ପତାକା ଧରି ସେମାନେ ତାମିଲନାଡୁରେ ପ୍ରବେଶ କରିବା ସମୟରେ କିଛି ଅଜଣା ଲୋକେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ:ଇଟିଭି ଭାରତ

ପ୍ରଦର୍ଶନକାରୀ ମାନେ କର୍ଣ୍ଣାଟକ ସୀମାନ୍ତ ଆଟିବେଲସ୍ଥିତ ହୋସୁର ଦେଇ ତାମିଲନାଡୁରେ ପ୍ରବେଶ କରିବା ପାଇଁ ପ୍ରୟାସ କରିଥିଲେ । ମାତ୍ର ସେମାନଙ୍କୁ ସୀମାରେ ହିଁ ଅଟକାଇଦେଇଥିଲା ପୋଲିସ । ଏହି ବିରୋଧ ପ୍ରଦର୍ଶନ ସମୟରେ କୌଣସି ପ୍ରକାର ହିଂସା ଓ ଅଘଟଣକୁ ଏଡାଇବା ପାଇଁ 100ରୁ ଉର୍ଦ୍ଧ୍ବ ପୋଲିସ କର୍ମୀ ସୀମାରେ ଉପସ୍ଥିତ ଥିଲେ ।

ଆକ୍ରମଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରଦର୍ଶନକାରୀ ମାନେ । ଏହାସହ ଯଦି ଏଥିରେ ପୋଲିସ ବିଫଳ ହୁଏ ତେବେ ଆଗାମୀ ଦିନରେ ସୀମାରେ କଡା ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ABOUT THE AUTHOR

...view details