ଓଡିଶା

odisha

By

Published : Mar 10, 2020, 4:32 PM IST

Updated : Mar 10, 2020, 6:08 PM IST

ETV Bharat / bharat

ମଧ୍ୟ ପ୍ରଦେଶ କଂଗ୍ରେସକୁ ଲାଗିଲା ଗ୍ରହଣ, ପୁଣି 2 ବିଧାୟକଙ୍କ ଇସ୍ତଫା

ମଧ୍ୟ ପ୍ରଦେଶ କଂଗ୍ରେସକୁ ଲାଗିଲା ଗ୍ରହଣ, ପୁଣି 2 ବିଧାୟକଙ୍କ ଇସ୍ତଫା
ମଧ୍ୟ ପ୍ରଦେଶ କଂଗ୍ରେସକୁ ଲାଗିଲା ଗ୍ରହଣ, ପୁଣି 2 ବିଧାୟକଙ୍କ ଇସ୍ତଫା

16:07 March 10

ମଧ୍ୟ ପ୍ରଦେଶ କଂଗ୍ରେସକୁ ଲାଗିଲା ଗ୍ରହଣ, ପୁଣି 2 ବିଧାୟକଙ୍କ ଇସ୍ତଫା

ଭୋପାଳ: ମଧ୍ୟ ପ୍ରଦେଶ କଂଗ୍ରେସକୁ ଗ୍ରହଣ ଲାଗିଛି । ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସର ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ବିଧାୟକ । ପୂର୍ବରୁ 20 ଜଣ ବିଧାୟକ ଦଳ ଛାଡିଥିବା ବେଳେ ପୁଣି 2 ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ ସୁମାଓ୍ବାଲିର ଅଦଲ ସିଂହ ହୋଇଥିବାବେଳେ ଅନ୍ୟ ଜଣେ ଦେଓ୍ବାସ ହଟପିପଲିଆ ଆସନର ମନୋଜ ଚୌଧୁରୀ ବୋଲି ଜଣାପଡିଛି । 

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ଯୋଗୁଁ ମଧ୍ୟ ପ୍ରଦେଶ ରାଜନୈତିକ ମୈଦାନରେ କଂଗ୍ରେସକୁ ବଡ କ୍ଷତି ସହିବାକୁ ପଡିଛି । ଏବେ ଦୁଇ ବିଧାୟକ କଂଗ୍ରେସ ଛାଡିବା ପରେ ମୋଟ ବିଧାୟକଙ୍କ ଇସ୍ତଫା ସଂଖ୍ୟା 22 ଛୁଇଁଛି । ଏହାସହ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଏକ ପ୍ରକାରର ନିଶ୍ଚିତ ହୋଇସାରିଛି । ତଥାପି ହାତରୁ ସରକାର ଖସିଯିବା ପୂର୍ବରୁ ଏହାକୁ ବଞ୍ଚାଇବା ପାଇଁ କଂଗ୍ରେସର ବଡ ନେତାମାନେ ଅଣ୍ଟା ଭିଡିଛନ୍ତି । 

@ANI

Last Updated : Mar 10, 2020, 6:08 PM IST

ABOUT THE AUTHOR

...view details