ଓଡିଶା

odisha

ETV Bharat / bharat

ଅଣ୍ଡରସି ଟ୍ରେନ ପାଇଁ ନିର୍ମାଣ ହେବ ଟନେଲ ! - TRAIN

ମୁମ୍ବାଇ- ଅହମଦାବାଦ ରେଳ ପ୍ରକଳ୍ପରେ ସମୁଦ୍ରତଳେ ରେଳ ଚାଲିବା ପାଇଁ ଟନେଲ ନିର୍ମାଣ ପାଇଁ ଏନଏଚଏସଆରସିଏଲ ଟେଣ୍ଡର ଡାକିଛନ୍ତି । ଏହି ଟନେଲର ଦୂରତା ୭ କିଲୋମିଟର ପର୍ଯ୍ୟନ୍ତ ରହିବ ।

ପ୍ରତିକାତ୍ମକ ଫଟୋ

By

Published : Apr 26, 2019, 3:54 AM IST

ନୂଆଦିଲ୍ଲୀ : ଭାରତରେ ପ୍ରଥମ ଥର । କେବଳ ଜାହାଜ ନୁହେଁ ସମୁଦ୍ରରେ ଏବେ ଚାଲିବ ଟ୍ରେନ। ଏନେଇ ଚାଲିଛି ଯୋଜନା । ମୁମ୍ବାଇ- ଅହମଦାବାଦ ରେଳ ପ୍ରକଳ୍ପରେ ସମୁଦ୍ରତଳେ ରେଳ ଚାଲିବା ପାଇଁ ଟନେଲ ନିର୍ମାଣ ପାଇଁ ଏନଏଚଏସଆରସିଏଲ ଟେଣ୍ଡର ଡାକିଛନ୍ତି ।

ଏହି ଟନେଲର ଦୂରତା ୭ କିଲୋମିଟର ପର୍ଯ୍ୟନ୍ତ ରହିବ । ଆସନ୍ତା ସାଢେ ତିନି ବର୍ଷ ଭିତରେ ଟନେଲ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅବଧି ରଖାଯାଇଛି। ଏଥିରେ 1 ଲକ୍ଷ କୋଟି ଟଙ୍କା ବ୍ୟୟ କରିବା ପାଇଁ ଯୋଜନା ରହିଥିବା ବେଳେ ଜାପାନ ମଧ୍ୟ 88,000 କୋଟି ଟଙ୍କା ସହାୟତା କରିଥିବା ସୂଚନା ରହିଛି ।

ଏହି ଟନେଲ ନିର୍ମାଣ ପାଇଁ 850 ହେକ୍ଟର ଜମି ଗୁଜୁରାଟ,ମହାରାଷ୍ଟ୍ର, ଦାଦ୍ରା ଏବଂ ନଗର ହାବେଲୀରେ ଆବଶ୍ୟକ କରୁଛି। କିନ୍ତୁ ଗୁଜୁରାଟ ଏବଂ ମାହାରାଷ୍ଟ୍ରର କିଛି ଗାଁ ଏହି ପ୍ରକଳ୍ପପାଇଁ ଜମି ଅଧିଗ୍ରହଣକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ସେନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନର ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି ।

For All Latest Updates

ABOUT THE AUTHOR

...view details