ଓଡିଶା

odisha

ETV Bharat / bharat

ଶହୀଦ ଯବାନଙ୍କ କୁନି ଝିଅର ଦୃଢୋକ୍ତି: ଦେଶ ପାଇଁ ଲଢିବି, ସେନାରେ ଯୋଗ ଦେବି - pak-india

ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଗୁଳିରେ ଜମ୍ମୁ ଓ କଶ୍ମୀରର ବାରମୂଳାରେ ସହିଦ ହୋଇଥିବା 'ବିଏସ୍‌ଏଫ୍‌' ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାକେଶ ଡୋଭାଲ୍‌ଙ୍କ ସମ୍ପନ୍ନ ହୋଇଛି ଶେଷକୃତ୍ୟ । କିନ୍ତୁ ଶ୍ରଦ୍ଧାଞ୍ଜଳୀ ସଭାରେ ଆଶ୍ଚର୍ଯ୍ୟ କରିଥିଲା ସହିଦ ଯବାନଙ୍କ 10 ବର୍ଷୀୟ ଝିଅର ବାର୍ତ୍ତା ଓ ବୀରତା । ଅଧିକ ପଡନ୍ତୁ..

ଶହୀଦ ଯବାନଙ୍କ କୁନି ଝିଅର ଦୃଢୋକ୍ତି: ଦେଶ ପାଇଁ ଲଢିବି, ସେନାରେ ଯୋଗ ଦେବି
ଶହୀଦ ଯବାନଙ୍କ କୁନି ଝିଅର ଦୃଢୋକ୍ତି: ଦେଶ ପାଇଁ ଲଢିବି, ସେନାରେ ଯୋଗ ଦେବି

By

Published : Nov 17, 2020, 4:28 AM IST

ଡେରାଡୁନ୍‌: ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଗୁଳିରେ ଜମ୍ମୁ ଓ କଶ୍ମୀରର ବାରମୂଳାରେ ଶହୀଦ ହୋଇଥିବା 'ବିଏସ୍‌ଏଫ୍‌' ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାକେଶ ଡୋଭାଲ୍‌ଙ୍କ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ସେ ବାସ କରୁଥିବା ସହର ଋଷିକେଶରେ ରୀତିନୀତି ଅନୁଯାଇ ସମ୍ପନ୍ନ ହୋଇଛି ସମସ୍ତ କ୍ରିୟାକର୍ମ ।

ସକାଳ ୭ଟାରେ ଡୋବାଲ୍‌ଙ୍କ ପାର୍ଥିବ ଶରୀର ଋଷିକେଶସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା । ପରେ ଅପରାହ୍ଣରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିଲେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବହୁ ସାଧାରଣ ଜନତା । କିନ୍ତୁ ଶ୍ରଦ୍ଧାଞ୍ଜଳୀ ସଭାରେ ଆଶ୍ଚର୍ଯ୍ୟ କରିଥିଲା ଶହୀଦ ଯବାନଙ୍କ 10 ବର୍ଷୀୟ ଝିଅର ବାର୍ତ୍ତା ଓ ବୀରତା ।

ବାପାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ବେଳେ ଦ୍ବିତ୍ୟାର ସାହାସ ସଭିଙ୍କ ଆଖିରେ ଆଣି ଦେଇଥିଲା ଲୁହ । 'ଭାରତ ମାତା କି ଜୟ' ଏବଂ 'ଜୟ ହିନ୍ଦ୍‌' ସ୍ଲୋଗାନ୍‌ ଦେବା ବେଳେ ସେ କାନ୍ଦି ନ ଥିଲେ, ବରଂ ବାପାଙ୍କ ପ୍ରତି ସର୍ବେୋଚ୍ଚ ଶ୍ରଦ୍ଧାଞ୍ଜଳି ଦେଇ ଆଗାମୀ ଦିନରେ ଦେଶ ସେବା କରିବା ପାଇଁ ସେ ବଦ୍ଧପରିକର ବୋଲି ଦୃଢକ୍ତି ବାଢିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details