ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୂମି ପୂଜନ ପାଇଁ ଉତ୍ସବମୁଖର ଅଯୋଧ୍ୟା ନଗରୀ, ପାଳନ ହେବ ଦୀପୋତ୍ସବ - ପାଳନ ହେବ ଦୀପୋତ୍ସବ

ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ । ଏହି ଅବସରରେ ଅଯୋଧ୍ୟାର ସମସ୍ତ ମଠ ଓ ମନ୍ଦିର ଦୀପ ଆଲୁଅରେ ଆଲୋକିତ ହେବ । ଅଧିକ ପଢ଼ନ୍ତୁ...

temporary-helipad-is-being-built-near-ram-janm-bhoomi-in-ayodhya
ରାମ ମନ୍ଦିର ଭୂମି ପୂଜନ ଉତ୍ସବମୁଖର ଅଯୋଧ୍ୟା ନଗରୀ, ପାଳନ ହେବ ଦୀପୋତ୍ସବ

By

Published : Jul 30, 2020, 2:11 PM IST

ଅଯୋଧ୍ୟା: ଆସୁଛନ୍ତି ରାମ ଲଲ୍ଲା । ଉତ୍ସବମୁଖର ଅଯୋଧ୍ୟା ନଗରୀ । ଘରେ ଘରେ ଦୀପ ଉତ୍ସବର ଆୟୋଜନ । ରାମ ମନ୍ଦିର ଭୂମି ପୂଜା ଅବସରରେ ଅଯୋଧ୍ୟାର ସମସ୍ତ ମଠ ଓ ମନ୍ଦିର ଦୀପ ଆଲୁଅରେ ଆଲୋକିତ ହେବ । ଅଯୋଧ୍ୟା ବିମାନବନ୍ଦରରୁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ପରିସର ପାଖରେ ନିର୍ମିତ ହେଲିପ୍ୟାଡରେ ଓହ୍ଲାଇବେ । ତାଙ୍କୁ ସ୍ବାଗତ ପାଇଁ ମଧ୍ୟ ରାମ ନଗରୀ ସୁସଜ୍ଜିତ ହୋଇଛି ।

ରାମ ମନ୍ଦିର ଭୂମି ପୂଜନ ଉତ୍ସବମୁଖର ଅଯୋଧ୍ୟା ନଗରୀ, ପାଳନ ହେବ ଦୀପୋତ୍ସବ

ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ରଖିବେ । ଏହା ଅଯୋଧ୍ୟା ପାଇଁ ଏକ ସୁନେଲୀ ଦିନ ହେବ । ରୂପାର ପାଞ୍ଚଟି ଶିଳା ଖଣ୍ଡରେ ମୋଦି ମାଚ୍ର 32 ସେକେଣ୍ଡରେ ଅଯୋଧ୍ୟାରେ ଇତିହାସ ରଚିବେ । 500 ବର୍ଷର ଦୀର୍ଘ ପ୍ରତିକ୍ଷା ପରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମମନ୍ଦିର ।

ଏହି ଅବସରରେ ଅଯୋଧ୍ୟାରେ ହେଉଛି ଭବ୍ୟ ଆୟୋଜନ । ଶ୍ରୀରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିର ଭୂମି ପୂଜା ପାଇଁ ରାମ ନଗରୀ ପ୍ରବେଶ ଦ୍ବାରରେ ବିଭିନ୍ନ ରଙ୍ଗର କଳକୃତି ସବୁ କରାଯାଉଛି । ନଗର ଭିତର ସ୍ଥାନ ଗୁଡ଼ିକ ମଧ୍ୟ ରଙ୍ଗ କରାଯାଉଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ବେଶ୍‌ ସମର୍ଥନ କରିଛି ।

ସାକେତ ମହାବିଦ୍ୟାଳୟରେ ନିର୍ମାଣ ହେଉଛି ହେଲିପ୍ୟାଡ

ରାମ ଜନ୍ମଭୂମିରୁ ପ୍ରାୟ 500 ମିଟର ଦୂରରେ ସ୍ଥିତ କେଏସ ସାକେତ ପିଜି କଲେଜର ଖେଳ ପଡ଼ିଆରେ ତିଆରି ହେଉଛି ଅସ୍ଥାୟୀ ହେଲିପ୍ୟାଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଏଠି ଓହ୍ଲାଇବେ । ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି ।

ଅଯୋଧ୍ୟା ଫୈଜାବାଦର ମୁଖ୍ୟ ସଡ଼କରେ ତିଆରି ହେଉଛି ତୋରଣ ଦ୍ବାର

ରାମ ଜନ୍ମଭୂମି ପରିସର ଆଖପାଖର ସମସ୍ତ ଅଞ୍ଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହାସହ ଅଯୋଧ୍ୟା ଓ ଫୈଜାବାଦର ମୁଖ୍ୟ ସଡ଼କ ଉପରେ ତିଆରେ ହେଉଛି ଭବ୍ୟ ତୋରଣ ।

ରାମ ମନ୍ଦିରରେ ଦୀପ ଜଳାଇବାର ଆୟୋଜନ

ରାମ ମନ୍ଦିର ଭୂମି ପୂଜନର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାରେ ଦୀପ ଉତ୍ସବ ପାଳନ ହେବ । ଅଯୋଧ୍ୟାର ସମସ୍ତ ମଠ ଓ ମନ୍ଦିର ଦୀପ ଆଲୁଅରେ ଆଲୋକିତ ହେବ । ଏହାସହ ପିଏସ ମୋଦିଙ୍କ ସ୍ବାଗତ ପାଇଁ 30ଟି ସ୍ଥାନରେ ମୁରୁଜରେ ରଙ୍ଗୋଲି ତିଆରି ହେବ । ସେପଟେ ଅବଧ ବିଶ୍ବବିଦ୍ୟାଳୟ ପକ୍ଷରୁ 2 ଲକ୍ଷ 50 ହଜାର ଦୀପ ପ୍ରଜ୍ବଳନ କରାଯିବାର ଲକ୍ଷ୍ୟ ରହିଛି । ରାମ ମନ୍ଦିର ପରିସରରେ ମଧ୍ୟ 1 ଲକ୍ଷ 25 ହଜାର ଦୀପ ଜଳାହେବ । ଏହାସହ ଅନ୍ୟାନ୍ୟ 30ଟି ପ୍ରମୁଖ୍ୟ ସ୍ଥାନରେ ଏକ ଲକ୍ଷ୍ୟ ଦୀପ ପ୍ରଜ୍ବଳିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details