ଜୟପୁର: ମହାରାଷ୍ଟ୍ରର ପାଲଘର ମାମଲା ମନରୁ ଲିଭିନଥିବା ବେଳେ ରାଜସ୍ଥାନର କୌରଲୀରେ ଜଣ ପୂଜାରୀଙ୍କୁ ଜୀଅନ୍ତା ଜଳାଯାଇଥିବା ଖବର ସାମ୍ନାକୁ ଆସିଛି । ଏହାପରେ ପୂଜାରୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ସେ ଠାରେ ତାଙ୍କର ମୃତ୍ୟୁ ହୋଇଛି ।
ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଆକ୍ରୋଶର ମାହୋଲ ରହିଛି । ଲୋକଙ୍କ କହିବା ଅନୁଯାୟୀ ରାଜସ୍ଥାନର ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସେପଟେ ଦୁଇ ପକ୍ଷଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।