ହାଇଦ୍ରାବାଦ: ତେଲାଙ୍ଗାନା କଂଗ୍ରେସରୁ ଏବେ ନେତାମାନେ ମୁହଁ ଫେରାଇବାକୁ ଲାଗିଛନ୍ତି । ତନ୍ଦୁର ବିଧାୟକ ରୋହିତ ରେଡ୍ଡୀ କଂଗ୍ରେସରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେହିପରି ଆଜି ମଧ୍ୟାହ୍ନରେ 12ଜଣ କଂଗ୍ରେସ ବିଧାୟକ ତେଲାଙ୍ଗାନା ବିଧାନସଭା ବାଚସ୍ପତି ପୋଞ୍ଚରାମ ଶ୍ରୀନିବାସ ରେଡ୍ଡୀଙ୍କୁ ଭେଟିଛନ୍ତି । ସେମାନେ କଂଗ୍ରେସ ବିଧାୟକ ଦଳକୁ ଟିଆର୍ଏସ୍ ସହ ମିଶାଇବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
କଂଗ୍ରେସକୁ ଝଟକା: ଟିଆରଏସରେ ମିଶିବା ପାଇଁ ତୟାର 12 ବିଧାୟକ ! - ରୋହିଥ୍ ରେଡ୍ଡୀ
ତନ୍ଦୁର ବିଧାୟକ ରୋହିତ ରେଡ୍ଡୀଙ୍କ ସମେତ 12ଜଣ ତେଲେଙ୍ଗାନା ବିଧାୟକ କଂଗ୍ରେସରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
![କଂଗ୍ରେସକୁ ଝଟକା: ଟିଆରଏସରେ ମିଶିବା ପାଇଁ ତୟାର 12 ବିଧାୟକ !](https://etvbharatimages.akamaized.net/etvbharat/prod-images/768-512-3487869-138-3487869-1559819383276.jpg)
ଫଟୋ ସୌଜନ୍ୟ: ଏଏନ୍ଆଇ
ରୋହିତ ରେଡ୍ଡୀ ଖୁବଶୀଘ୍ର ଦଳ ଛାଡୁଥିବା ନେଇ ତେଲାଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି । ଦଳ ଛାଡିବା ପରେ ସେ ଖୁବଶୀଘ୍ର ତେଲାଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବେ ବୋଲି ଦଳ କହିଛି ।
ରୋହିତଙ୍କୁ ଗତବର୍ଷ ଟିଆରଏସ୍ରୁ ବହିଷ୍କୃତ କରାଯାଇଥିଲା । ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଓ ତନ୍ଦୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।