ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ମୁଖ୍ୟ କେ ଲକ୍ଷ୍ମଣ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାକୁ ଭେଟିଛନ୍ତି । ଦୀର୍ଘ ଦିନ ହେଲା ରାଜ୍ୟରେ ଚାଲିଥିବା ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନର ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ଅବସରରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ସହ ତେଲେଙ୍ଗାନାରେ ରାଜନୈତିକ ପରିସ୍ଥିତି ଓ ବସ କର୍ମଚାରୀଙ୍କ ଧାରଣା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଜେପି ନଡ୍ଡାଙ୍କୁ ଭେଟିଲେ ତେଲେଙ୍ଗାନା ବିଜେପି ମୁଖ୍ୟ - ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ
ତେଲେଙ୍ଗାନାର ବିଜେପି ସଭାପତି କେ ଲକ୍ଷ୍ଣଣ ରାଷ୍ଟ୍ରିୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ରାଜ୍ୟରେ ଚାଲିଥିବା ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନର ରିପୋର୍ଟ ପ୍ରଦାନ କରିଛନ୍ତି ।
ରାଜ୍ୟ ସଭାପତି କେ ଲକ୍ଷ୍ମଣ କହିଛନ୍ତି କରିମ ନଗରର ବିଜେପି ସାଂସଦ ବନ୍ଦୀ ସଞ୍ଜୟ ଆରଟିସିର ମୃତ କର୍ମଚାରୀଙ୍କ ମାର୍ଚ୍ଚ ସମୟରେ ପୋଲିସ ମାରପିଟ କରଛି । ସଂସଦର ଅଧିବେଶନରେ ସାଂସଦ ବନ୍ଦୀ ସଞ୍ଜୟ ବିଶେଷ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି । ତେଲେଙ୍ଗାନାର ସମସ୍ତ ଘଟଣା ବିଷୟରେ ସେ ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ପ୍ରଦାନ କରିଛନ୍ତି ।
ଟିଏସଆରଟିସି 50000 କର୍ମଚାରୀ ଦୀର୍ଘ ଦିନ ହେଲା ରାଜ୍ୟରେ ଆନ୍ଦୋଳନ ଚଳାଇଛନ୍ତି । ସେମାନଙ୍କର ଦାବିକୁ ସରକାର ସମାଧାନ କରୁନାହାଁନ୍ତି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନଭେମ୍ବର 5 ତାରିଖ ଦିନ ଟିଏସଆରଟିସି କର୍ମଚାରୀଙ୍କୁ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ଶେଷ ଅବଧି ଦେଇଥିଲେ । କୌଣସି ପରିସ୍ଥିତିରେ ପରିବହନ କର୍ପୋରେସନ ଓ ସରକାର ମଧ୍ୟରେ କୌଣସି ପ୍ରକାରର ବିଲୟ ହୋଇପାରିବ ନାହିଁ ବୋଲି କହିଛନ୍ତି।