ଓଡିଶା

odisha

ହ୍ବାଟ୍ସଆପ୍‌କୁ ଟକ୍କର ଦେବ ଟେଲିଗ୍ରାମର ନୂଆ ଅପଡେଟ

By

Published : Jul 28, 2020, 6:44 AM IST

ଆସିଛି ହ୍ବାଟ୍ସଆପ୍‌ର ନୂଆ ପ୍ରତିଯୋଗିତା । ଟେଲିଗ୍ରାମରେ ଲଞ୍ଚ ହୋଇଥିବା ନୂଆ ଅପଡେଟ ୟୁଜର୍ସଙ୍କୁ ହ୍ବାଟ୍ସଆପ୍‌ରୁ ବାହାରି ଟେଲିଗ୍ରାମ ଆଡକୁ ଆକର୍ଷିତ କରିବା ବୋଲି କମ୍ପାନୀ ଆଶା କରିଛି ।

telegram's competition with whatsapp, telegram latest news, telegram new update, new feature in telegram, latest technology news, ହ୍ବାଟ୍ସଆପ୍‌କୁ ଟେଲିଗ୍ରାମର ଟକ୍କର, ଟେଲିଗ୍ରାମ ଲାଟେଷ୍ଟ ନ୍ୟୁଜ୍‌, ଟେଲିଗ୍ରାମରେ ନୂଆ ଅପଡେଟ, ଟେଲିଗ୍ରାମରେ ନୂଆ ଫିଚର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ହ୍ବାଟ୍ସଆପ୍‌କୁ ଟକ୍କର ଦେବ ଟେଲିଗ୍ରାମର ନୂଆ ଅପଡେଟ

ନୂଆଦିଲ୍ଲୀ: ଆସିଛି ହ୍ବାଟ୍ସଆପ୍‌ର ନୂଆ ପ୍ରତିଯୋଗିତା । ଟେଲିଗ୍ରାମରେ ଲଞ୍ଚ ହୋଇଥିବା ନୂଆ ଅପଡେଟ ୟୁଜର୍ସଙ୍କୁ ହ୍ବାଟ୍ସଆପ୍‌ରୁ ବାହାରି ଟେଲିଗ୍ରାମ ଆଡକୁ ଆକର୍ଷିତ କରିବା ବୋଲି କମ୍ପାନୀ ଆଶା କରିଛି । ଏହି ନୂଆ ଅପଡେଟରେ ରହିଛି ପ୍ରୋଫାଇଲ ଭିଡିଓ, ପିପୁଲ ନିଅରବାଏ ଫିଚର ଓ 2ଜିବିରୁ ଅଧିକ ଡାଟା ତଥା ଅନଲିମିଟେଡ ଫାଇଲ ଶେୟାରିଂର ଅପ୍ସନ । ଯାହା ଟେଲିଗ୍ରାମକୁ ରାତାରାତି ଲୋକପ୍ରିୟତା ୟୋଗାଇବ ବୋଲି ଆଶା କରାଯାଉଛି ।

ସୂଚନା ମୁତାବକ ଟେଲିଗ୍ରାମରେ ଆଡ ହୋଇଥିବା ନୂଆ ଅପଡେଟରେ ୟୁଜର୍ସ ଚାହିଁଲେ ପ୍ରୋଫାଇଲ ଫଟୋ ଜାଗାରେ ପ୍ରୋଫାଇଲ ଭିଡିଓ ରଖିପାରିବେ । ଅନ୍ୟ କୌଣସି ୟୁଜର୍ସ ଆପଣଙ୍କ ପ୍ରୋଫାଇଲକୁ ଚେକ କଲେ ଏହି ଭିଡିଓ ପ୍ଲେ ହୋଇଥାଏ । ତେବେ ଆବଶ୍ୟକମୁତାବକ ଚାଟରେ ଡିସପ୍ଲେ ପାଇଁ ମଧ୍ୟ ୟୁଜର୍ସ ଭିଡିଓର ଏକ ନିର୍ଦ୍ଦିଷ୍ଟ ଫ୍ରେମକୁ ସେଭ କରିପାରିବେ । ଏନେଇ କମ୍ପାନୀ ସୂଚନା ଦେଇଛି ।

ତେବେ କ’ଣ ରହିଛି ଟେଲିଗ୍ରାମର ନୂଆ ଅପଡେଟ, ଜାଣନ୍ତୁ:

(ଫଟୋ- ଟେଲିଗ୍ରାମରେ ଆସିଛି ନୂଆ ଆକର୍ଷଣୀୟ ଅପଡେଟ)

ଟେଲିଗ୍ରାମରେ ଆସିଛି ନୂଆ ଆକର୍ଷଣୀୟ ଅପଡେଟ

ହ୍ବାଟ୍ସଆପର ସବୁଠାରୁ ନିକଟତର ପ୍ରତିଦ୍ବନ୍ଦୀ ଟେଲିଗ୍ରାମରେ ନୂଆ ଫିଚର ସଗ ଡେସ୍କଟପ ଟେଲିଗ୍ରାମରେ ମଧ୍ୟ ଯୋଜି ହୋଇଛି କିଛି ନୂଆ ଅପ୍ସନ । ଏଣିକି ଡେସ୍କଟପରେ ୟୁଜର୍ସ ଚାହିଁଲେ ଏକାଧିକ ଟେଲିଗ୍ରାମ ଆକାଉଣ୍ଟକୁ ଆକ୍ସେସ କରିପାରିବେ । ଏହାପୂର୍ବରୁ 2017 ମସିହାରେ ଫୋନ ପାଇଁ ଏହି ଫିଚର ରୋଲ ଆଉଟ କରିଥିଲା କମ୍ପାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

ABOUT THE AUTHOR

...view details