ଓଡିଶା

odisha

ETV Bharat / bharat

ଟେଲିକମ କମ୍ପାନୀଙ୍କ ଅପିଲ, ପ୍ରିପେଡ ଗ୍ରାହକଙ୍କ ମିଳୁ ଅଧିକ ସୁବିଧା - ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ

ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ ଟେଲିକମ ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆକୁ ଏକ ଚିଠି ଲେଖିଛି । ଯେଁଉଥିରେ ଲେଖାଯାଇଛି କମ୍ପାନୀର ଲାଭ ପାଇଁ ବର୍ତ୍ତମାନ ପ୍ରିପେଟ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବାର ଆବଶ୍ୟକତା ରହିଛି ।

corona effect on telecom company, corona effect, service to prepaid users, telecom company, cellular operators association of india, regulatory authority of india, ଟେଲିକମ କମ୍ପାନୀ ଉପରେ କୋରୋନା ପ୍ରଭାବ, କୋରୋନା ପ୍ରଭାବ, ପ୍ରିପେଡ ଗ୍ରାହକଙ୍କୁ ସୁବିଧା, ଟେଲିକମ କମ୍ପାନୀ, ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ, ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆ
ଟେଲିକମ କମ୍ପାନୀଙ୍କ ଅପିଲ, ପ୍ରିପେଡ ଗ୍ରାହକଙ୍କ ମିଳୁ ଅଧିକ ସୁବିଧା

By

Published : Apr 12, 2020, 7:06 AM IST

ହାଇଦ୍ରାବାଦ: କୋରୋନା ମାଡରେ ହସ୍ତସନ୍ତ ସାଧାରଣ ବେପାରୀଙ୍କଠାରୁ ଆରମ୍ଭ କରି ଟେଲିକମ କମ୍ପାନୀ । ଦିନକୁ ଦିନ ଟେଲିକମ କମ୍ପାନୀଙ୍କ ମାନଙ୍କ ମୁଣ୍ଡରେ ବୋଝ ବଢୁଥିବା ବେଳେ ଶେଷରେ କେନ୍ଦ୍ର ସରକାରଙ୍କ ସହାୟତା ପାଇଁ ଅପିଲ କରିଛନ୍ତି ଏହି କମ୍ପାନୀ । ସେ କହିଛନ୍ତି କି କମ୍ପାନୀର ଲାଭ ପାଇଁ ବର୍ତ୍ତମାନ ପ୍ରିପେଟ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇବାର ଆବଶ୍ୟକତା ରହିଛି ।

ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ ଏନେଇ ଟେଲିକମ ରେଗୁଲେଟୋରି ଅଥରିଟି ଅଫ ଇଣ୍ଡିଆକୁ ଏକ ଚିଠି ଲେଖିଛି । ଯେଁଉଥିରେ ଲେଖାଯାଇଛି କି ମାର୍ଚ୍ଚ 31,2020 ସୁଦ୍ଧା ୟୁଏସଓ ଫଣ୍ଡ ନାମରେ ଅବ୍ୟବହୃତ ହୋଇ ପଡିରହିଥିବା 51,500କୋଟି ଟଙ୍କାକୁ ସରକାର ବ୍ୟବହାର କରି ଟେଲିକମ କମ୍ପାନୀମାନଙ୍କୁ କ୍ଷତିରୁ ବଞ୍ଚାଇପାରିବେ ।

ଏହି ଅର୍ଥି ରାଶିର ବ୍ୟବହାରରେ ଦେଶରେ ପ୍ରିପେଡ ସର୍ଭିସ ସବସ୍କ୍ରାଇବର ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇ କମ୍ପାନୀମାନେ ସବସିଡି ଆକରରେ ଲାଭ ପାଇପାରିବେ । ସେପଟେ ଚିଠିର ଉତ୍ତର ଦେଇ କେନ୍ଦ୍ର କହିଛି କି ଏହା ଏକ ଅବାସ୍ତବ ଯୁକ୍ତି । ଦେଶରେ ଥିବା କେତେକ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହୋଇପାରେ କିନ୍ତୁ ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଏହାର କୌଣସି ବ୍ୟବହାର ନାହିଁ । ଅନ୍ୟପଟେ ଏହି ସୁବିଧା ଯଦି ଦେଶର ସମସ୍ତ ପ୍ରିପେଡ ଗ୍ରାହକଙ୍କୁ ଦିଆଯାଏ ତେବେ ଏହା ସମାଜର ଅନେକ ଲୋକଙ୍କ ସହ ଅନ୍ୟାୟ ହେବ ।

ଏହି ସମସ୍ୟା ଆଗକୁ ଯାଇ ଅଧିକ ଉତ୍କଟ ହେଉ ଏହା ପୂର୍ବରୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ସମାଧାନ କରିବେ ବୋଲି ମଧ୍ୟ ଟେଲିକମ କମ୍ପାନୀମାନଙ୍କୁ ଆଶ୍ବସ୍ତି ମିଳିଛି ।

ABOUT THE AUTHOR

...view details