ଓଡିଶା

odisha

ETV Bharat / bharat

କୋରୋନା କାଳରେ କୁପ୍ରଥା, 3 ମାସରେ ତେଲେଙ୍ଗାନାରେ 204 ବାଲ୍ୟ ବିବାହ

ଲକଡାଉନରେ ସାରା ଦେଶରେ ଅଖଚକ ବନ୍ଦ ଥିବା ବେଳେ ଏହାର ଫାଇଦା ନେଇ ତେଲେଙ୍ଗାନାରେ କରାଯାଇଛି 204 ଟି ବାଲ୍ୟ ବିବାହ। ଏନେଇ ତେଲେଙ୍ଗାନା ଚାଇଲଡ଼ ପ୍ରୋଟେକ୍ସନ ଅଫିସରୁ ଜଣାପଡିଛି।

କୋରୋନା କାଳରେ କୁପ୍ରଥା, 3 ମାସରେ ତେଲେଙ୍ଗାନାରେ 204 ବାଲ୍ୟ ବିବାହ
କୋରୋନା କାଳରେ କୁପ୍ରଥା, 3 ମାସରେ ତେଲେଙ୍ଗାନାରେ 204 ବାଲ୍ୟ ବିବାହ

By

Published : Jun 29, 2020, 2:33 PM IST

ହାଇଦ୍ରାବାଦ୍: ବାଲ୍ୟ ବିବାହ ଏକ କୁପ୍ରଥାଓ କୁତ୍ସିତ କାର୍ଯ୍ୟ। ଏନେଇ ସରକାରଙ୍କ ପକ୍ଷରୁ ନିଷେଧ ଅଧିନିୟମ ଲାଗୁ କରାଯାଇଛି। ହେଲେ ଏହି ନିୟମକୁ କାହାର ଖାତିର ନାହିଁ। ଲୁଚାଛପାରେ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରଥାକୁ ପ୍ରଶୟ ଦିଆଯାଉଛି।

ତେବେ ଲକଡାଉନରେ ସାରା ଦେଶରେ ଅଖଚକ ବନ୍ଦ ଥିବା ବେଳେ ଏହାର ଫାଇଦା ନେଇ ତେଲେଙ୍ଗାନାରେ କରାଯାଇଛି 204 ଟି ବାଲ୍ୟ ବିବାହ। ଏନେଇ ତେଲେଙ୍ଗାନା ଚାଇଲଡ଼ ପ୍ରୋଟେକ୍ସନ ଅଫିସରୁ ଜଣାପଡିଛି।

ଘଟଣାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲା କଲେକ୍ଟର ଏବଂ ମାଜିଷ୍ଟ୍ରେଟଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଶିଶୁ ବିବାହ ନିବାରଣ ଆଇନ, 2006 ରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟିଆରସିପି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ଥାଉକି, ଦୀର୍ଘ 3 ମାସର ଲକଡାଉନ ମଧ୍ୟରେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ମାର୍ଚ୍ଚ 24 ରୁ ମେ 31 ପର୍ଯ୍ୟନ୍ତ ମୋଟ 204 ଟି ବାଲ୍ୟ ବିବାହ ଉତ୍ସବ ପାଳନ କରାଯାଇଛି। ଯାହାକୁ କମିଶନ ଗୁରୁତର ଭାବେ ନେବା ସହ କୋମଳମତି ପିଲାଙ୍କ ସହ ଏହା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ଅଭିହିତ କରିଛନ୍ତି। ଯାହା ପିଲାଙ୍କ ଜୀବନରେ ଗୁରୁତର ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି।

ବାଳିକା ପିଲାମାନଙ୍କୁ ଶୀଘ୍ର ବିବାହରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ ଅଟେ, ନଚେତ୍ ଏହା ସେମାନଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିଶେଷ କରି ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପ୍ରଭାବ ପକାଇବ ବୋଲି ଆୟୋଗ କହିଛନ୍ତି।

ABOUT THE AUTHOR

...view details