ହାଇଦ୍ରାବାଦ: ତେଲେଙ୍ଗାନାରେ ଏଥର ଖୋଲିବ ବାର, କ୍ଲବ, ପାର୍କ । ମହାମାରୀ କୋରୋନା ପାଇଁ ଏହ ସବୁ ଉପରେ ରୋକ ଲଗାଇଥିଲେ ସରକାର । ତେବେ କୋଭିଡ୍ ଗାଇଡଲାଇନ ସହ ଶୁକ୍ରବାରଠାରୁ ବାର୍, କ୍ଲବ୍ ଏବଂ ପାର୍କ ପୁନଃ ଖୋଲିବା ନେଇ ଅନୁମତି ଦେଇଛନ୍ତି ତେଲେଙ୍ଗାନା ସରକାର । କିନ୍ତୁ 'A4' ଦୋକାନଗୁଡ଼ିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହ ସମାବେଶ, ସଂଗୀତ କାର୍ଯ୍ୟକ୍ରମ ଏବଂ ଡ୍ୟାନ୍ସ ଫ୍ଲୋର ଉପରେ ନିଷେଧାଦେଶ ରହିବ ।
ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂ, ସ୍ବଚ୍ଛତା ଅବସ୍ଥା ଏବଂ ହାତ ସାନିଟାଇଜକୁ ମଧ୍ୟ ନିଶ୍ଚିତ କରିବାକୁ ସରକାର ସେମାନଙ୍କୁ କହିଛନ୍ତି। ବାର୍ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ବାର ପରିସର ସ୍ବଚ୍ଛତା ସହ ସାନିଟାଇଜ କରିବାକୁ ପଡିବ । ଏହି ସମୟରେ ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ 31ରେ ଜାରି କରାଯାଇଥିବା ଜିଓ ଅଧୀନରେ ଥିବା ନିଷେଧ ତାଲିକାରେ ସ୍ଥାନୀୟ ସଂସ୍ଥା ତଥା ବନବିଭାଗର ପାର୍କ ଅନ୍ତର୍ଭୂକ୍ତ କରାଯାଇ ନାହିଁ।