ହାଇଦ୍ରାବାଦ: ଦୁଷ୍କର୍ମକାରୀଙ୍କୁ ଚେତାବନୀ ଦେଲେ ତେଲେଙ୍ଗାନା ମନ୍ତ୍ରୀ । ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତ ଏନକାଉଣ୍ଟର ଘଟଣାକୁ ସମର୍ଥନ ଜଣାଇ ତେଲେଙ୍ଗାନା ମନ୍ତ୍ରୀ ତାଲଶାନୀ ଶ୍ରୀନିବାସ ଯାଦବ ଦୁଷ୍କର୍ମକାରୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଏଭଳି କ୍ରୁର ଅପରାଧ ବିଷୟରେ ଭାବିବେ ସେମାନେ ଏହା ପୂର୍ବରୁ ଦିଶା ଗଣଦୁଷ୍କର୍ମ ଏନକାଉଣ୍ଟର କଥା ନିଶ୍ଚୟ ଭାବିବେ ।
ଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ମନ୍ତ୍ରୀଙ୍କ ଚେତାବନୀ - ଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ମନ୍ତ୍ରୀଙ୍କ ଚେତାବନୀ ଖବର
ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତ ଏନକାଉଣ୍ଟର ଘଟଣାକୁ ସମର୍ଥନ ଜଣାଇ ତେଲେଙ୍ଗାନା ମନ୍ତ୍ରୀ ତାଲଶାନୀ ଶ୍ରୀନିବାସ ଯାଦବ ଦୁଷ୍କର୍ମକାରୀଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ ଏଭଳି କ୍ରୁର ଅପରାଧ ବିଷୟରେ ଭାବିବେ ସେମାନେ ଏହା ପୂର୍ବରୁ ଦିଶା ଗଣଦୁଷ୍କର୍ମ ଏନକାଉଣ୍ଟର କଥା ନିଶ୍ଚୟ ଭାବିବେ ।

ଫାଇଲ ଫଟୋ
ଏଥିସହ ସେ କହିଛନ୍ତି, ଯଦି କେହି ବ୍ୟକ୍ତି ଅପରାଧ କରୁଛନ୍ତି ତେବେ ଆପଣ କୌଣସି କୋର୍ଟର ମୋକଦ୍ଦମା , ଜେଲ ଦଣ୍ଡ ନମିଳିବା କିମ୍ବା ପରେ ଜାମିନ ପାଇବା ଭଳି ଲାଭ ପାଇବା ଭୁଲି ଯାଆନ୍ତୁ । କାରଣ ଏବେ ସେଭଳି କିଛି ହେବ ନାହିଁ ।
କାରଣ କ୍ରୁର ଅପରାଧୀ ମାନଙ୍କୁ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଏନକାଉଣ୍ଟର ଦ୍ବାରା ଏହା ଏକ ମେସେଜ । ଯିଏ ଜଘନ୍ୟ ଅପରାଧ କରିବ ସେ ନିଶ୍ଚୟ ଏନକାଉଣ୍ଟରରେ ମରିବ ।
TAGGED:
telengana mla target rapist