ତେଲେଙ୍ଗାନା: ସମଗ୍ର ଦେଶରେ କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମେ 31 ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ଏହା ହେଉଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ । ତାଲାବନ୍ଦ ସମୟରେ ଗୃହ ମନ୍ତ୍ରଣାଳୟର ଏଥିରେ କୌଣସି ପ୍ରକାରର ପାର୍ଟିର ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ରହିଛି । ଏହା ସତ୍ତ୍ବେ ତେଲେଙ୍ଗାନାର ନାରାୟଣକେଡର ଟିଆରଏସ ବିଧାୟକ ଏମ ଭୁପଲ ରେଡ୍ଡୀ ମେ' ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ।
ବିଧାୟକ ଲକଡାଉନରେ ଧୁମଧାମରେ ପାଳିଥିଲେ ଜନ୍ମଦିନ, ହାଇକୋର୍ଟ ପଠାଇଲେ ନୋଟିସ - ତେଲେଙ୍ଗାନା ବିଧାୟକ ଜନ୍ମଦିନ
ତାଲାବନ୍ଦ ସମୟରେ ଗୃହ ମନ୍ତ୍ରଣାଳୟର ଏଥିରେ କୌଣସି ପ୍ରକାରର ପାର୍ଟିର ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ବେ ତେଲେଙ୍ଗାନାର ନାରାୟଣକେଡର ଟିଆରଏସ ବିଧାୟକ ଏମ ଭୁପଲ ରେଡ୍ଡୀ ମେ' ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ।
ତେଲେଙ୍ଗାନାର ଟିଆରଏସ ବିଧାୟକ ଭୁପଲ ରେଡ୍ଡୀ ଚଳିତ ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ଉତ୍ସବରେ ବହୁ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମାରୋହରେ ଷ୍ଟଜ କରାଯିବା ସହ ଅନେକ ସଂଖ୍ୟାରେ ଲୋକ ଗଦା ହୋଇଥିଲେ । ଯେଉଁଥିରେ ବିଧାୟକ ରେଡ୍ଡୀ ଏକ ବଡ ଚେୟାରରେ ବସିବା ସହ ଜନ୍ମଦିନକୁ ଧୁମଧାମରେ ପାଳନ କରିଥିଲେ ।
ସମାରୋହର ଚିତ୍ରରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ କୋରୋନା ବିପଦ ସତ୍ତ୍ବ ଲକଡାଉନ୍ ନିୟମ ଉଲ୍ଲଂଘନ କରି ସେ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିଥିଲେ । ଏବେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ ହାଇକୋର୍ଟ ତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ।