ହାଇଦ୍ରାବାଦ: ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ବ୍ୟାନ କରିଛନ୍ତି ତେଲେଙ୍ଗାନା ସରକାର । କୋଭିଡ-19 ସଂକ୍ରମଣ ସମୟର ଏଭଳି କାର୍ଯ୍ୟ ଭାଇରସ ବିସ୍ତାରରେ ସାହାଯ୍ୟ କରିବ, ଯାହା ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦଜନକ ।
ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନ ତଥା ଅନୁଷ୍ଠାନଗୁଡିକରେ ପାନ ବା ଯେ କୌଣସି ତମାଖୁ କିମ୍ବା ଅଣ-ତମାଖୁ ଦ୍ରବ୍ୟ ଇତ୍ୟାଦିର ଛେପ ପକାଇବା ବ୍ୟାନ କରାଯାଇଥିବା ଏକ ସରକାରୀ ବିବୃତିରେ ପ୍ରକାଶ କରାଯାଇଛି ।