ଓଡିଶା

odisha

ETV Bharat / bharat

କୋରୋନା ସହାୟତା, ତେଲେଙ୍ଗାନା ରାଜ୍ୟପାଳ ଦେଲେ ଏକ ମାସର ଦରମା

ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ୍ କୋରୋନା ଭାଇରସ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Mar 29, 2020, 7:17 AM IST

telangana-governor-donated-her-one-month-salary-to-cm-relief-fund
ତେଲେଙ୍ଗାନା ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳଙ୍କ କୋରୋନା ସହାୟତା । ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ୍ କୋରୋନା ଭାଇରସ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ମାସର ଦରମା ପ୍ରଦାନ କରିଛନ୍ତି ।

ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ୍ ଶନିବାର ଦିନ ମୁଖ୍ୟ ଶାସନ ସଚିବ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ମହାମାରୀ କୋରୋନା ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ରାଜ୍ୟରୁ ହାଇଦ୍ରାବାଦ ସହରକୁ ଜୀବିକା ନିର୍ବାହ ପାଇଁ ଦିନ ମଜୁରୀ କରୁଥିବା ଶ୍ରମିକମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଆସନ୍ତା 15 ଦିନ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ସରକାରଙ୍କୁ କହିଛନ୍ତି ।

କୋରୋନା ଭାଇରସର ପରୀକ୍ଷା କରିବା ପାଇଁ ରାଜ୍ୟପାଳ ଆଇସିଏମଆର ଘରୋଇ ମେଡିକାଲ ଲାବୋରେଟୋରୀକୁ ମଜବୁତ କରିବାକୁ ଆହ୍ବାନ କରିଛନ୍ତି । ରାଜ୍ୟପାଳ 15 ଟି ଜିଲ୍ଲାର ରେଡ କ୍ରସ୍ ୟୁନିଟ୍ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗାଯୋଗ କରିଥିଲେ । ସଙ୍କଟ ସମୟରେ ଗରିବ ପରିବାରର ଯତ୍ନ ନେବାକୁ ସ୍ବେଚ୍ଛାସେବୀମାନଙ୍କୁ ପରାମର୍ଶ ଦେଇଛନ୍ତି । 1000 ରୁ ଅଧିକ ଗରିବ ପରିବାରକୁ 15 ଦିନ ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ଯୋଗାଣର ବ୍ୟବସ୍ଥା କରିଛନ୍ତି ।

@IANS

ABOUT THE AUTHOR

...view details