ଓଡିଶା

odisha

By

Published : Sep 7, 2020, 3:16 PM IST

ETV Bharat / bharat

ତେଲେଙ୍ଗାନାରେ ବାତିଲ ହେବ ଗ୍ରାମ୍ୟ ରାଜସ୍ୱ ଅଧିକାରୀ ପ୍ରକ୍ରିୟା !

ତେଲେଙ୍ଗାନା ସରକାର ଗ୍ରାମ୍ୟ ରାଜସ୍ୱ ଅଧିକାରୀ(VRO) ପ୍ରକ୍ରିୟାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ରାଜସ୍ବ ଆଇନ ଅଧିନରେ ସରକାର VRO ପ୍ରକ୍ରିୟାକୁ ସମାପ୍ତ କରିବାକୁ ଦୀର୍ଘ ବର୍ଷେ ହେବ ଯୋଜନା କରିଆସୁଛନ୍ତି ।

ଗ୍ରାମ୍ୟ ରାଜସ୍ୱ ଅଧିକାରୀ ପ୍ରକ୍ରିୟା
ଗ୍ରାମ୍ୟ ରାଜସ୍ୱ ଅଧିକାରୀ ପ୍ରକ୍ରିୟା

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ଗ୍ରାମ୍ୟ ରାଜସ୍ୱ ଅଧିକାରୀ(VRO) ପ୍ରକ୍ରିୟାକୁ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ସଚିବ ସୋମେଶ୍ କୁମାର ସୋମବାର ସମସ୍ତ ଜିଲ୍ଲାପାଳଙ୍କ ଠାରୁ ଏନେଇ ରିପୋର୍ଟ ସଂଗ୍ରହ କରିଛନ୍ତି ଓ ସୋମବାର ସନ୍ଧ୍ୟା 5ଟା ସୁଦ୍ଧା ସରକାରଙ୍କ ପାଖରେ ଏହି ରିପୋର୍ଟ ଉପସ୍ଥାପନା କରାଯିବ ।

ପ୍ରକାଶଥାଉକି, ସରକାରଙ୍କ ଏହି ନିଷ୍ପତ୍ତିରେ ରାଜସ୍ବ ଅଧିକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁର୍ନୀତି ମୁକ୍ତ ଓ ରାଜସ୍ବ ବିଭାଗରେ ଅଧିକାରୀଙ୍କ କେଳେଙ୍କାରୀକୁ ସମୁଳେ ନାଶ କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ନୂତନ ରାଜସ୍ବ ଆଇନ ଅଧିନରେ ସରକାର VRO ପ୍ରକ୍ରିୟାକୁ ସମାପ୍ତ କରିବାକୁ ଦୀର୍ଘ ବର୍ଷେ ହେବ ଯୋଜନା କରିଆସୁଛନ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ସରକାର ରାଜସ୍ବ ବିଭାଗରେ ଚାଲିଥିବା ଦୁର୍ନୀତିକୁ ସମାପ୍ତ କରିବାକୁ କହିଛନ୍ତି । ଏହାସହ ଯଦି ଅଧିକାରୀମାନେ ଏହାକୁ ବିରୋଧ କରନ୍ତି ତେବେ ଏଥିରେ କ୍ଷତି କେବଳ ସେମାନଙ୍କର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details