ଓଡିଶା

odisha

ETV Bharat / bharat

ଲକଡାଉନ ନିୟମ ଉଲ୍ଲଂଘନ କଲେ ଗୁଳି

ତେଲେଙ୍ଗାନାରେ ଲକଡାଉନ ନିୟମ କଡାକଡି । ଏଣିକି ନିୟମ ଉଲ୍ଲଂଘନ କଲେ ଗୁଳିମାରିବାକୁ ଆଦେଶ ଦିଆଯିବ ବୋଲି ନିର୍ଦ୍ଦେଶ ଦେଲେ ତେଲେଙ୍ଗାନା ସରକାର । ଅଧିକ ପଢନ୍ତୁ...

By

Published : Mar 25, 2020, 10:08 AM IST

Updated : Mar 25, 2020, 11:11 AM IST

ରାସ୍ତାରେ ବୁଲିଲେ ଗୁଳି ମାରିବାକୁ ତେଲେଙ୍ଗାନା ସରକାରଙ୍କ ଚେତାବନୀ
ରାସ୍ତାରେ ବୁଲିଲେ ଗୁଳି ମାରିବାକୁ ତେଲେଙ୍ଗାନା ସରକାରଙ୍କ ଚେତାବନୀ

ହାଇଦ୍ରାବାଦ: ଦେଶର ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାପରେ ସବୁ ରାଜ୍ୟର ସରକାର ତତ୍ପର ହୋଇ ନିଜନିଜ ରାଜ୍ୟରେ ନେଉଛନ୍ତି କ଼ଡା ପଦକ୍ଷେପ ।

ଲକଡାଉନ ନିୟମ ଉଲ୍ଲଂଘନ କଲେ ଗୁଳି

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି, ଆଇନ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକ ଡାଉନର ନିୟମ ନମାନିଲେ 24 ଘଣ୍ଟିଆ କର୍ଫ୍ୟୁ କରାଯିବ । କେବଳ ଏତିକି ନୁହେଁ ରାସ୍ତାରେ ଯଦି କେହି ବୁଲୁଥିବାର ଦେଖାଯିବ, ତାହେଲେ ସୁଟ-ଆଟ-ସାଇଟର ମଧ୍ୟ ଆଦେଶ ଦିଆଯିବ ।

ତେଲେଙ୍ଗାନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ନିୟମ କଡାକଡି କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 39ଜଣ କୋରୋନା ପ୍ରଭାବରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 550 ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 25, 2020, 11:11 AM IST

ABOUT THE AUTHOR

...view details