ଓଡିଶା

odisha

ETV Bharat / bharat

ଶ୍ରୀଶୈଲମ ଅଗ୍ନିକାଣ୍ଡ, ମୃତଙ୍କ ପରିବାରକୁ 25 ଲକ୍ଷ ଘୋଷଣା କଲେ ତେଲେଙ୍ଗାନା ସରକାର - ଶ୍ରୀଶୈଲମ ଅଗ୍ନିକାଣ୍ଡ

ତେଲେଙ୍ଗାନାର ଶ୍ରୀଶୈଲମ ପାୱାର ଷ୍ଟେସନ ଅଗ୍ନିକାଣ୍ଡ । ଡେପୁଟି ଇଞ୍ଜିନିୟର ଶ୍ରୀନିବାସ ଗୌଡଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଓ ବାକି 8 ଜଣ ମୃତକଙ୍କ ପରିବାରକୁ 25 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଦିଆଯିବ । ଅଧିକ ପଢନ୍ତୁ...

ଶ୍ରୀଶୈଲମ ଅଗ୍ନିକାଣ୍ଡ, ମୃତଙ୍କ ପରିବାରକୁ 25 ଲକ୍ଷ ଘୋଷଣା କଲେ ତେଲେଙ୍ଗାନା ସରକାର
ଶ୍ରୀଶୈଲମ ଅଗ୍ନିକାଣ୍ଡ, ମୃତଙ୍କ ପରିବାରକୁ 25 ଲକ୍ଷ ଘୋଷଣା କଲେ ତେଲେଙ୍ଗାନା ସରକାର

By

Published : Aug 21, 2020, 8:23 PM IST

ହାଇଦ୍ରାବାଦ: ଶ୍ରୀଶୈଲମ ପାୱାର ଷ୍ଟେସନ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର । ଡେପୁଟି ଇଞ୍ଜିନିୟର ଶ୍ରୀନିବାସ ଗୌଡଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଓ ବାକି 8 ଜଣ ମୃତକଙ୍କ ପରିବାରକୁ 25 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଦିଆଯିବା ନେଇ ଏହି ଘୋଷଣାରେ କୁହାଯାଇଛି । ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରରୁ ଜଣେ ବ୍ୟକ୍ତିଙ୍କ ଚାକିରି ଯୋଗାଇବେ ସରକାର ।

ତେଲେଙ୍ଗାନାର ଶ୍ରୀଶୈଲମ ପାୱାର ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେପଟେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଘଟଣାର ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଅଘଟଣଟି ଶ୍ରୀଶୈଲମ ଜଳ ପ୍ରକଳ୍ପ ବାମପାର୍ଶ୍ୱରେ ଥିବା ଏକ ଅଣ୍ଡରଗ୍ରାଉଣ୍ଡ ପାୱାର ଷ୍ଟେସନରେ ହୋଇଛି। ସର୍ଟ ସର୍କିଟ ଯୋଗୁଁ ଘଟିଥିବା ନିଆଁକୁ ଆୟତ୍ତ କରି ଆଲର୍ଟ ଅଧିକାରୀମାନେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦେଇଛନ୍ତି।

ABOUT THE AUTHOR

...view details