ହାଇଦ୍ରାବାଦ: ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ରବିବାର ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ପୁଅ କେଟି ରାମା ରାଓ ଏବଂ ପୁତୁରା ହରିଶ ରାଓ ସମେତ 6 ଜଣଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି କେସିଆର । ତେଲାଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଆଜି ସନ୍ଧ୍ୟା 4 ଟା 14 ସମୟରେ ରାଜଭବନରେ ସମସ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ।
କେସିଆରଙ୍କ ମନ୍ତ୍ରୀମଣ୍ଡଳରେ ପୁଅ-ପୁତୁରା ସାମିଲ - କେଟି ରାମା ରାଓ
ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ରବିବାର ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି । ପୁଅ କେଟି ରାମା ରାଓ ଏବଂ ପୁତୁରା ହରିଶ ରାଓ ସମେତ 6 ଜଣଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି କେସିଆର ।
ଫାଇଲ ଫଟୋ
ତେବେ ନିଜ ପ୍ରତିଶୃତି ପାଳନ କରି 2 ମହିଳାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି କେସିଆର । ସେମାନେ ହେଲେ ସବିତା ଇନ୍ଦ୍ରା ରେଡ୍ଡୀ ଏବଂ ସତ୍ୟବତୀ ରାଥୋଡ । ବର୍ତ୍ତମାନ ତେଲାଙ୍ଗାନ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା 18 ହୋଇଛି ।