ଓଡିଶା

odisha

ମଶାଲ ଧରି ତେଲେଙ୍ଗାନା ବିଜେପି ବିଧାୟକଙ୍କ ‘ଗୋ ବ୍ୟାକ କୋରୋନା’ ନାରା, ଭୁଲିଗଲେ ସାମାଜିକ ଦୂରତା

By

Published : Apr 6, 2020, 12:09 PM IST

ତେଲେଙ୍ଗାନାର ବିଜେପି ବିଧାୟକ ରାଜା ସିଂ ରବିବାର ରାତିରେ କୋରୋନା ଭାଇରସ ବିରୋଧରେ ଏକ ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି । ବିଧାୟକ ନିଜର ସମର୍ଥକ ମାନଙ୍କ ସହିତ "ଚାଇନାର ଭାଇରସ ଫେରିଯାଅ" ନାରା ଦେଇଛନ୍ତି । ତାହା ବି ବିନା ସାମାଜିକ ଦୂରତାରେ । ଅଧିକ ପଢନ୍ତୁ...

telangana-bjp-mla-holds-fire-torch-protest-slogan-chinese-virus-go-back
ତେଲେଙ୍ଗାନା ବିଜେପି ବିଧାୟକ ମଶାଲ ଧରି 'କୋରୋନା ଭାଇରସ ଗୋ ବ୍ୟାକ' ନାରା ଦେଲେ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ 9ଟାରେ 9 ମିନିଟ କୋରୋନା ଭାଇରସ୍ ବିରୋଧରେ ଲଢେଇରେ ଏକତାର ସଙ୍କେତ ଭାବରେ ବିଦ୍ୟୁତିକ ଲାଇଟ୍ ଏବଂ ଦୀପ,ମହମବତୀ କିମ୍ବା ଫ୍ଲାସ୍ ଲାଇଟ୍ ବନ୍ଦ କରିବାକୁ ଆହ୍ବାନରେ ବିଧାୟକମାନେ ଏକାଠି ହୋଇ ମଶାଲ ଜଳାଇ ଗୋ ବ୍ୟାକ କୋରୋନା ନାରା ଦେଇଥିଲେ ।

ତେଲେଙ୍ଗାନାର ଗୋଶାମାହାଲ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରୁଥିବା ବିବାଦୀୟ ବିଧାୟକ ରାଜା ସିଂ ସହ ଦଳୀୟ ସମର୍ଥକ ଯୋଗ ଦେଇଥିଲେ । ବିଧାୟକ ହାତରେ ଅଗ୍ନି ମଶାଲ ଧରି ତାଙ୍କ ସମର୍ଥକମାନଙ୍କ ସହିତ “ଫେରିଯାଅ, ଫେରିଯାଅ, ଚାଇନାର ଭାଇରସ ଫେରିଯାଅ” ନାରାବାଜି ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଟ୍ରୋଲ । କାରଣ ବିଧାୟକ ମାନେ ବି ଭୁଲିଗଲେ ସାମାଜିକ ଦୂରତା ।

ପ୍ରଧାନମନ୍ତ୍ରୀଙ୍କ ଡାକରା ପରେ ଏକତାର ପ୍ରତୀକାତ୍ମକ ଇଙ୍ଗିତରେ ମୋବାଇଲ୍ ଫୋନରୁ ଫ୍ଲାସ ଲାଇଟ,ମହମବତୀ ଏବଂ ଟର୍ଚ୍ଚ ଲାଇଟ୍ ଜାଳିବା ସହ କୋରୋନା ସାମୂହିକ ଭାବରେ ଲଢେଇ ପାଇଁ ଭାରତର ସଂକଳ୍ପବଦ୍ଧତା ପ୍ରକାଶ କରିଛି । ଲୋକମାନେ ନିଜଘରର ଇଲେକ୍ଟ୍ରିକ୍ ବଲବ ଏବଂ ଟ୍ୟୁବ୍ ବନ୍ଦ କରି ବାଲକୋନି ଓ ପ୍ରବେଶ ଦ୍ବାରକୁ ଦୀପ, ମହମବତୀ ଏବଂ ଆତସବାଜି ସହିତ ଆଲୋକିତ କରିଥିଲେ |

ପୋଲିସ୍ ସାଇରନ୍ ପଡୋଶୀ ଅଞ୍ଚଳ ଦେଇ ଗଲାବେଳେ ଲୋକମାନେ ତାଳିମାରି ପ୍ରଶଂସା କରିଥିଲେ ।ଏହି ଅବସରରେ କିଛି ସ୍ଥାନରେ ଭକ୍ତି ଗୀତ, ମନ୍ତ୍ର ଉଚ୍ଚାରଣ ଏବଂ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details