ଓଡିଶା

odisha

ମସାଲ ଧରି ‘ଚାଇନିଜ ଭାଇରସ ଗୋ ବ୍ୟାକ’ର ନାରା ଦେଲେ ବିଜେପି ବିଧାୟକ

By

Published : Apr 6, 2020, 12:13 PM IST

ବିଜେପି ବିଧାୟକ କୋରୋନା ଭାଇରସ ବିରୋଧରେ ଏକ ଅଭିନବ ସହ ରୋଚକ ଉପାୟରେ ପ୍ରତିବାଦ କରିଛନ୍ତି । ହାତରେ ମସାଲ୍ ଧରି ‘ଚାଇନିଜ୍ କୋରୋନା ଗୋ ବ୍ୟାକ୍’ର ନାରା ଦେଇଛନ୍ତି ।

Telangana BJP MLA
ବିଜେପି ବିଧାୟକ

ହାଇଦ୍ରାବାଦ: ବିଜେପି ବିଧାୟକ କୋରୋନା ଭାଇରସ ବିରୋଧରେ ଏକ ଅଭିନବ ସହ ରୋଚକ ଉପାୟରେ ପ୍ରତିବାଦ କରିଛନ୍ତି । ହାତରେ ମସାଲ୍ ଧରି ‘ଚାଇନିଜ୍ କୋରୋନା ଗୋ ବ୍ୟାକ୍’ର ନାରା ଦେଇଛନ୍ତି ।

ବିଧାୟକ ରାଜା ସିଂ ନିଜ ସମର୍ଥକଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଲାଇଟ୍ ଲିଭାଇ 9 ମିନିଟ ପାଇଁ ଦୀପ ଜାଳିଥିଲେ । ବିଧାୟକ ଏହି ସମୟରେ ହାତରେ ମସାଲ ଧରି ‘ଗୋ କୋରୋନା’ର ନାରା ଲଗାଇଥିଲେ ।

ହାଇଦ୍ରାବାଦର ଗୋଶମହଲ ଆସନରୁ ବିଧାୟକ ଥିବା ରାଜା ସିଂ ଲକ୍ ଡାଉନ୍ ନିୟମକୁ ଅଣଦେଖା କରି ନିଜର ସମର୍ଥକଙ୍କ ସହ ରାସ୍ତା ଉପରେ ନଜର ଆସିଥିଲେ ।

ପ୍ରକାଶଥାଉକି, ସମଗ୍ର ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦୀପ ଜାଳିଥିଲେ । ଅନେକ ସ୍ଥାନରେ ଲୋକ ବାଣ ମଧ୍ୟ ଫୁଟାଇଥିଲେ । ଏହାସହ ସଙ୍ଖ, ମନ୍ତ୍ର ଉଚ୍ଚାରଣ ମଧ୍ୟ ଶୁଣିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details