ଓଡିଶା

odisha

ETV Bharat / bharat

ରାମ ମନ୍ଦିର ଭୁମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓୱେସିଙ୍କୁ ନିମନ୍ତ୍ରଣ - ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସି

ତେଲେଙ୍ଗାନା ବିଜେପି ନେତା ତଥା ଦଳର ମୁଖ୍ୟ ମୁଖପାତ୍ର କୃଷ୍ଣ ସାଗର ରାଓ ଅସାଦୁଦ୍ଦିନ ଓୱେସିଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହାପୂର୍ବରୁ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁମି ପୂଜନ ଗସ୍ତକୁ ବିରୋଧ କରିଥିଲେ ।

ରାମ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ  ଓୱେସିଙ୍କୁ  ମିଳିଲା ନିମନ୍ତ୍ରଣ
ରାମ ମନ୍ଦିରର ଭୁମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓୱେସିଙ୍କୁ ମିଳିଲା ନିମନ୍ତ୍ରଣ

By

Published : Aug 2, 2020, 2:38 PM IST

ହାଇଦ୍ରାବାଦ: ଏଆଇଏମଆଇଏମ ଦଳର ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସିଙ୍କୁ ରାମ ମନ୍ଦିର ଭୁମି ପୂଜନ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ତେଲେଙ୍ଗାନା ବିଜେପି ନେତା ତଥା ଦଳର ମୁଖ୍ୟ ମୁଖପାତ୍ର କୃଷ୍ଣ ସାଗର ରାଓ ତାଙ୍କୁ ଆମନ୍ତ୍ରିତ କରିଛନ୍ତି । ତେବେ ଏହାପୂର୍ବରୁ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମି ପୂଜନ ଗସ୍ତକୁ ବିରୋଧ କରିଥିଲେ ।

ଏନେଇ ରାଓ କହିଛନ୍ତି, ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଭଗବାନ ରାମଙ୍କ ଜନ୍ମସ୍ଥାନରେ ଏକ ବିରାଟ ଏବଂ ମହାନ ମନ୍ଦିର ନିର୍ମାଣ ହେବ। ଆମ ଦଳ ଏଥିପାଇଁ ଗର୍ବିତ । ଏହା କୋଟି କୋଟି ହିନ୍ଦୁଙ୍କ ସ୍ୱପ୍ନକୁ ପୂରଣ କରିବ ବୋଲି ସେ କହିଛନ୍ତି ।

ତେବେ ବାମପନ୍ଥୀ ଏବଂ ଏଆଇଏମଆଇଏମ ଭଳି ଦଳର ବିରୋଧକୁ ଘୃଣା କରି ସେ କହିଛନ୍ତି, ଏଭଳି ଦଳ ପକ୍ଷରୁ କରାଯାଇଥିବା ଅଭିଯୋଗର ଜବାବ ଦେବାର କୌଣସି ଆବଶ୍ୟକତା ନାହିଁ । ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଧର୍ମ ପାଳନ କରିବାର ସ୍ବାଧୀନତା ଦେଇଛି ବୋଲି ସେ କହିଛନ୍ତି । ତେବେ କମ୍ୟୁନିଷ୍ଟ ପାର୍ଟିର ଲୋକଙ୍କୁ ଏବଂ ଭୁମି ପୂଜାନକୁ ବିରୋଧ କରିଥିବା ଓୱେସିଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ କରିଛନ୍ତି ସେ ।

ସୂଚନାଯୋଗ୍ୟ ଯେ, ଅସାଦୁଦ୍ଦିନ ଓୱେସି କିଛି ଦିନ ପୂର୍ବରୁ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି । ଏଭଳି ପରିସ୍ଥିତିରେ ସେ ରାମ ମନ୍ଦିର ଭୁମି ପୂଜନକୁ ଯିବା ତାଙ୍କ ସାମ୍ବିଧାନିକ ପଦର ଶପଥକୁ ଉଲ୍ଲଂଘନ କରିବ ବୋଲି ସେ କହିଥିଲେ ।

ABOUT THE AUTHOR

...view details