ଓଡିଶା

odisha

ETV Bharat / bharat

ହେଡଲାଇନ ମ୍ୟାନେଜମେଣ୍ଟ ବନ୍ଦ କରି କୋରୋନା ମ୍ୟାନେଜମେଣ୍ଟ କରନ୍ତୁ: ତେଜସ୍ୱୀ ଯାଦବ - ତେଜସ୍ୱୀ ଯାଦବ

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜ୍ୟରେ କୋରୋନା ଭାଇରସ ପରିଚାଳନାକୁ ନେଇ କଡା ନିନ୍ଦା କରିଛନ୍ତି ଏବଂ ତାଙ୍କୁ ‘ହେଡଲାଇନ୍ ମ୍ୟାନେଜମେଣ୍ଟ’ ବନ୍ଦ କରିବାକୁ କହିଛନ୍ତି ।

tejashwi yadav
ହେଡଲାଇନ ମ୍ୟାନେଜମେଣ୍ଟ ବନ୍ଦ କରି କୋରୋନା ମ୍ୟାନେଜମେଣ୍ଟ କରନ୍ତୁ

By

Published : Jun 8, 2020, 2:00 PM IST

ପାଟନା: ତେଜସ୍ୱୀ ଯାଦବଙ୍କ ଟାର୍ଗେଟରେ ବିହାର ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଜ୍ୟରେ କୋରୋନା ଭାଇରସ ପରିଚାଳନାକୁ ନେଇ କଡା ନିନ୍ଦା କରିଛନ୍ତି ଏବଂ ତାଙ୍କୁ ‘ହେଡଲାଇନ୍ ମ୍ୟାନେଜମେଣ୍ଟ’ ବନ୍ଦ କରିବାକୁ କହିଛନ୍ତି।

ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଏବଂ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି? ଆମେ ବହୁବାର ଭେଣ୍ଟିଲେଟରର ସ୍ଥିତି, ଆଇସିୟୁ ବେଡ୍ ଏବଂ ପରୀକ୍ଷା କେନ୍ଦ୍ରର ସମ୍ପ୍ରସାରଣ ବିଷୟରେ ପଚାରିଥିଲୁ । କିନ୍ତୁ ତୁମେ ଉତ୍ତର ଦେଇ ନାହଁ। ଏହା କଣ ତୁମର ବିଫଳତା ନୁହେଁ ? ହେଡଲାଇନ ମ୍ୟାନେଜମେଣ୍ଟ ବନ୍ଦ କରି କୋରୋନା ମ୍ୟାନେଜମେଣ୍ଟ କରନ୍ତୁ ବୋଲି ଯାଦବ ଟ୍ବିଟରେ କହିଛନ୍ତି ।

ପ୍ରକାଶ ଥାଉକି, ଗତ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ୍ ରାଲିକୁ ବିରୋଧ କରି ଆରଜେଡି ‘ଗରିବ ଅଧିକାର ଦିବସ’ ପାଳନ କରିଥିଲା । ଯାଦବ କହିଥିଲେ ଯେ, ଡବଲ୍ ଇଞ୍ଜିନ୍ ସରକାର ଗରିବ ଲୋକଙ୍କୁ ନିର୍ଯାତନା ଦେଇଛି ଏବଂ ରାଜ୍ୟ ସରକାର କେବଳ କ୍ଷମତାର କ୍ଷୁଧା ମେଣ୍ଟାଇବାକୁ ଧ୍ୟାନ ଦେଇଛନ୍ତି।

ABOUT THE AUTHOR

...view details