ପାଟନା: ବିହାର ବିଧାନସଭା ନିର୍ବାଚନ ପ୍ରଥମ ଚରଣ ପ୍ରଚାରର ଆଜି ହେଉଛି ଅନ୍ତିମ ଦିନ । ଆଜି ସନ୍ଧ୍ୟା 5ଟା ଯାଏଁ ନିର୍ବାଚନୀ ପ୍ରଚାର କରିପାରିବେ ପାର୍ଥୀ । ତେବେ ଭୋଟ ପାଇଁ ପ୍ରାର୍ଥୀମାନେ ଜୋରସୋର୍ରେ ଲାଗି ପଡିଛନ୍ତି । ଏଥିମଧ୍ୟରେ ସମସ୍ତିପୁରର ହସନପୁର ସିଟ୍ରୁ ଛାଡି ହୋଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବ ନିଜର ନିର୍ବାଚନ ମଣ୍ଡଳୀରେ କିଛିଦିନ ହେଲା ପ୍ରଚାର କରୁଛନ୍ତି । ଖାସ ଅନ୍ଦାଜରେ ଯାଇ ଲୋକଙ୍କ ସହ ଭେଟୁଛନ୍ତି ତେଜପ୍ରତାପ ।
ତେବେ ଗତକାଲି (ରବିବାର) ହସନପୁରରେ ନିଜର ନିର୍ବାଚନୀ ପ୍ରଚାର ସମୟରେ ପିଲାମାନଙ୍କ ସହ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଛି ।