ଓଡିଶା

odisha

ETV Bharat / bharat

ଯାଦବ ପରିବାରରେ ବଢୁଛି ତିକ୍ତତା, ଶ୍ବଶୂର-ଜ୍ବାଇଁ ମୁହାଁମୁହିଁ

ଗୋଟିଏ ପଟେ ଦେଶରେ ବଂଶବାଦ ରାଜନୀତି ଚାଲିଥିବା ବେଳେ ଅନ୍ୟପଟେ ପରିବାର ମଧ୍ୟରେ ବି ଚାଲିଛି ଲଢେଇ । ବିହାର ସାରନ ସିଟ୍ରୁ ଲଢେଇ କରିବେ ଶ୍ବଶୂର-ଜ୍ବାଇଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଛି ।

By

Published : Mar 29, 2019, 4:43 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ପାଟନା: ବିହାରପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିର୍ବାଚନ ଲଢିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠୁ ବଡ କଥା ହେଲା ସେ ସାରନସିଟ୍ରୁ ତାଙ୍କ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇସମ୍ଭାବନା ରହିଛି ।

ସାରନ ସିଟକୁ ନେଇ ସାନଭାଇ ସହ ତାଙ୍କର ମତାନ୍ତର ହୋଇଛି ।ସାନ ଭାଇ ଏବଂ ଆରଜେଡି ନେତା ତେଜସ୍ବୀଯାଦବ ସାରନର ପାର୍ଥୀ ରୂପେ ତେଜ ପ୍ରତାପଙ୍କ ଶ୍ବଶୂର ଚନ୍ଦ୍ରିକା ପ୍ରସାଦ ରାୟଙ୍କନାମ ଘୋଷଣା କରିଥିଲେ। ଆଉ ଏହି ଆସନରୁ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଚାରିଥର ବିଜୟୀ ହୋଇଥିଲେ ।

ତେବେ ତେଜ ପ୍ରତାପ ଯାଦବ ଶ୍ବଶୁରଙ୍କ ବିରୋଧରେ ନିର୍ବାଚନ ଲଢିବା ନେଇ ବର୍ତ୍ତମାନ ସୁଦ୍ଧାମୁହଁ ଖୋଲିନାହାନ୍ତି ।

ABOUT THE AUTHOR

...view details