ଓଡିଶା

odisha

ETV Bharat / bharat

'ଦୁଇ ଭାଇଙ୍କ ଭିତରେ ଆସିଲେ ଛାଡିବି ସୁଦର୍ଶନ ଚକ୍ର'

ଫେରିଲେ ତେଜସ୍ବୀ, ଫେରିଲା ଚର୍ଚ୍ଚା । ତେଜପ୍ରତାପ କହିଲେ, ଆମେ ଦୁଇ ଭାଇ କୃଷ୍ଣ ଅର୍ଜୁନ । ଯିଏ ଆମ ଭିତରେ ପାଚେରି ଛିଡା କରିବ, ସୁଦର୍ଶନ ଚକ୍ର ତା କଥା ବୁଝିବ ।

By

Published : Jul 6, 2019, 3:19 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଫେରିଲେ ତେଜସ୍ବୀ, ଫେରିଲା ଚର୍ଚ୍ଚା । ତେବେ 2 ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କଥାକୁ ନେଇ ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ ଭାଇ ତେଜପ୍ରତାପ । ତେଜପ୍ରତାପ କହିଲେ, ଆମେ ଦୁଇ ଭାଇ କୃଷ୍ଣ ଅର୍ଜୁନ । ଯିଏ ଆମ ଭିତରେ ପାଚେରି ଛିଡା କରିବ, ସୁଦର୍ଶନ ଚକ୍ର ତା କଥା ବୁଝିବ ।

ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ତେଜସ୍ବୀ କିଛି କାମରେ ବ୍ୟସ୍ତ ଅଛନ୍ତି, ତେଣୁ ଅର୍ଜୁନ କ୍ରୀଷ୍ଣଙ୍କୁ ଯଶୋଦାଙ୍କ ପାଖକୁ ପଠାଇଛନ୍ତି । ସୋସିଆଲ ମିଡିଆରେ କୀଷ୍ଣ ଓ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଗୁଜବ ଖେଳୁଛି ହେଲେ ମନେରଖ ଯିଏ ଆମ ଭିତରେ ପାଚେରି ଛିଡା କରିବ, ସୁଦର୍ଶନ ଚକ୍ର ତାଙ୍କୁ ଛାଡିବ ନାହିଁ ।

ଆୟୋଜିତ ଏହି ବୈଠକରେ ତେଜପ୍ରତାପ ମହିଳାଙ୍କୁ ଆଗକୁ ବଢିବା ଉତ୍ସାହିତ କରିବା ପାଇଁ ପାର୍ଟି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ ବିହାରରେ ଆରଜେଡି ଗୋଟିଏ ବି ସିଟରେ ବିଜୟ ଲାଭ କରିନଥିଲା । ଏହାପରେ ବିଜେପି ଶାସିତ ଏନଡିଏ ସରକାର ସେଠାରେ 40 ରୁ 39 ସିଟରେ ବିଜୟ ଲାଭ କରିଥିଲା ।

ସୂଚନା ଅନୁସାରେ, RJDକୁ ଆଜି 22 ବର୍ଷ ପୁରିଛି । 1997 ଜୁଲାଇ 6ରେ ଜନତା ଦଳରୁ ବିଭାଜିତ ହୋଇ ଗଠିତ ହୋଇଥିଲା ରାଷ୍ଟ୍ରୀୟ ଜନତା ଦଳ । ଏହାକୁ ଲାଲୁ ଯାଦବ ପ୍ରତିଷ୍ଠା କରିଥିଲେ ।

ABOUT THE AUTHOR

...view details