ନୂଆଦିଲ୍ଲୀ: ଯେଉଁଭଳି ଭାବେ ନେତାଙ୍କ ପର୍ବ ନିର୍ବାଚନ । ସେହିଭଳି ଭାବେ ଶିକ୍ଷାର୍ଥୀଙ୍କ ପର୍ବ ପରୀକ୍ଷା । ନେତାମାନେ ଯେପରି ନିର୍ବାଚନକୁ ଅନାଇ ରହିଥାନ୍ତି ସେହିପରି ପରୀକ୍ଷାର୍ଥୀମାନେ ପରୀକ୍ଷାକୁ ଉତ୍ସୁକତା ସହ ଚାହିଁ ରହିଥାନ୍ତି । କାରଣ ପରୀକ୍ଷା ଦେଲେ ହିଁ ସେମାନେ ନୂଆ ଏକ ସୋପାନକୁ ଚଢିପାରିବେ । ତେବେ ଏସବୁ ଭିତରେ ଏଭଳି କିଛି ପରୀକ୍ଷାର୍ଥୀ ଅଛନ୍ତି ଯେଉଁମାନେ ପରୀକ୍ଷାକୁ ଟାଳିବାକୁ କିଛି ବି କରିପାରନ୍ତି । ଏପରିକି ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଅପହରଣ କରିପାରନ୍ତି ।
ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ । ମୋରେନାର ତୁଡିଲା ଗ୍ରାମରେ ଜଣେ ଟିନଏଜ୍ର ପରୀକ୍ଷାର୍ଥୀ ପରୀକ୍ଷା ନଦେବାକୁ ନିଜ ସମ୍ପର୍କୀୟ 3 ବର୍ଷୀୟ ଶିଶୁକୁ ଅପହରଣ କରିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।